ମିଳିତ ଜନ ଅଭିଯୋଗ ଶୁଣାଣି

Sep 24, 2018 - 14:21
 214
ମିଳିତ ଜନ ଅଭିଯୋଗ ଶୁଣାଣି
ବାରିପଦା, ୨୪/୮ (ସକାଳଖବର): ଆଜି ବାରିପଦାଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇ ଥିଲା । ମୟୂରଭଞ୍ଜ ଜିଲାପାଳ ବିନୀତ କୁମାର ଭରଦ୍ୱାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୨୩୭ ଗୋଟି ଆପତ୍ତି ଅଭିଯୋଗ ଉପସ୍ଥିତ ଜନସାଧାରଣଙ୍କ ନିକଟରୁ ଗ୍ରହଣ କରାଯାଇ ତାର ସମାଧାନ ହୋଇଥିଲା । ସଂଗୃହୀତ ଆପତ୍ତି ଅଭିଯୋଗଗୁଡ଼ିକ ମଧ୍ୟରେ୨୧୯ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ରହିଥିବା ସମୟରେ ୧୮ ଗୋଟି ଅଭିଯୋଗ ଗ୍ରାମବାସୀମାନଙ୍କର ସାମୂହିକ ସମସ୍ୟା ରହିଥିଲା । ଏହାକୁ ବିଷୟ ପ୍ରସଙ୍ଗ ଉପରେ ଜିଲାପାଳ ଶୁଣାଣି କରିବାକୁ ଯାଇ ୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଓ ୩ ଜଣଙ୍କୁ ଜିଲା ରେଡ଼କ୍ରସ ପାଣ୍ଠିରୁ ୧୧ ହଜାର ଟଙ୍କା ସେମାନଙ୍କ ପରିବାରର ଥଇଥାନ ଓ ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ଚେକ ଆକାରରେ ପ୍ରଦାନ କରାଯାଇଥିଲା । ଏଥି ସହିତ ୨୭ ଗୋଟି ଆପତ୍ତିି ଅଭିଯୋଗଗୁଡ଼ିକୁ ତତ୍କ୍ଷଣାତ୍ ଫଇସଲା କରାଇ ଥିବା ସମୟରେ ଅବଶିଷ୍ଟ ୯୪ ଗୋଟି ଆପତ୍ତି ଅଭିଯୋଗଗୁଡ଼ିକୁ ଯଥା ଶୀଘ୍ର ସମାଧାନ କରାଇ ଦେବାକୁ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିଦେ୍ର୍ଧଶ ପ୍ରଦାନ କରିଥିଲେ । ଆଜିର ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ଓ ପିଜି ସେଲର ନୋଡ଼ାଲ ଅଧିକାରୀ ବାବାଜୀ ଚରଣ ସିଂ ପ୍ରମୁଖ ପରିଚାଳନା କରିଥିବା ବେଳେ ବାରିପଦା ଉପଖଣ୍ଡର ଉପଜିଲାପାଳ ମହମ୍ମଦ ଅବଦାଲ ଆଖତାର, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ ସମେତ ଜିଲା ଓ ଉପଖଣ୍ଡସ୍ତରୀୟ ସମସ୍ତ ପଦାଧିକାରୀ , ଲାଇନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ଜିଲାପାଳଙ୍କୁ ସହାୟତା ପ୍ରଦାନ କରିଥିଲେ ।