ଅନୁଗୋଳ ଜୁଭେନାଇଲ୍ ଜେଲ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ

Sep 25, 2018 - 18:36
 150
ଅନୁଗୋଳ,୨୫/୯ (ସକାଳଖବର): ଅନୁଗୋଳ ଜିଲା ଜୁଭେନାଇଲ୍ ଜେଲ (ବାଳ ସୁଧାର ଗୃହ)ର ଅନ୍ତେବାସୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଆଜି ଅନ୍ତେବାସୀ ଅଭିଯୋଗ କରିଛନ୍ତି । ଏଥି ସହ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଏହାକୁ ବିରୋଧ କରି ଆଜି ପ୍ରାୟ ୭୯ ଜଣ ଅନ୍ତେବାସୀ ଜୁଭେନାଇଲ୍ ଗେଟ୍ ସମ୍ମୁଖରେ ବିକ୍ଷୋଭ ପରିଦର୍ଶନ କରିବା ସହ ଜେଲର ରେଡ଼ି ନାମକ ଜଣେ ଚୌକିଦାରକୁ ଗୋଟିଏ ଘରେ ବନ୍ଦ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଜୁଭେନାଇଲ୍ ସ୍କୁଲରେ ଅଗ୍ନିକାଣ୍ଡ ଘଟାଇ ଦେଇଥିବା ମଧ୍ୟ ସୂଚନାରୁ ଜଣାପଡ଼ିଛି । ତେବେ ଆଜି ସକାଳ ବେଳା ଅନ୍ତେବାସୀମାନେ ପରିବେକ୍ଷଣ ନିରୀକ୍ଷକଙ୍କ ବଦଳି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଅନୁଗୋଳ ଜିଲା ଜୁଭେନାଇଲ ଜେଲରେ ପ୍ରାୟ ୭୯ ଅନ୍ତେବାସୀ ରହୁଛନ୍ତି । ତେବେ ସେମାନଙ୍କୁ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଏପରିକି ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି । ଅପରପକ୍ଷେ ଜୁଭେନାଇଲ୍ କର୍ମଚାରୀମାନେ ସେମାନଙ୍କୁ ନିଜ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଆଉ ହଷ୍ଟେଲ ଭିତରେ ଭୋଜି କରି ଖାଉଥିବାବେଳେ ତାଙ୍କ ଅଇଁଠା ବାସନ ଧୋଇବାକୁ ବାଧ୍ୟ କରୁଛନ୍ତି । ଏବଂ ପରିବାର ଲୋକ ତାଙ୍କୁ ଦେଖା କରିବାକୁ ଆସିଲେ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି ।ତେଣୁ ଅନ୍ତେବାସୀମାନେ ଆଜି ଉତ୍କ୍ଷିପ୍ତ ପ୍ରାୟ ୪ ଘଣ୍ଟାକାଳ ଫାଟକ ସମ୍ମୁଖରେ ହୋ ହାଲା କରି ବିକ୍ଷୋଭ କରିଥିଲେ ।ଏ ଖବର ପାଇବା ପରେ ଏସ୍ପି ମିତ୍ରଭାନୁ ମହାପାତ୍ର ଉପଜିଲାପାଳ ବାସୁଦେବ ଶତପଥି ଏସ୍ଡ଼ିପିଓ ହରିହର ପାଣି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ଅନ୍ତେବାସୀଙ୍କୁ ବୁଝାସୁଝା କରିବା ସହ ସେମାନଙ୍କୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ତେବେ ଉତ୍ତେଜନା ଯୋଗୁଁ ଜେଲ ବାହାରେ ଶତାଧିକ ପୋଲିସ ମୁତୟନ କରାଯାଇଛି ।