ବିପିୟୁଟି କୁଳପତିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ

Jun 12, 2018 - 18:36
 190
ବିପିୟୁଟି କୁଳପତିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ
କଟକ, ୧୨ ।୬(ସକାଳଖବର): ବିପିୟୁଟି କୁଳପତି ପ୍ରଫେସର ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାଁରେ ଭିଜିଲାନ୍ସରେ ଦାୟର ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ହାଇକୋର୍ଟ ଜଷ୍ଟିସ ଏସ ସି ପରିଜାଙ୍କୁ ନେଇ ଗଠିତ ଅବକାଶକାଳିନ ଖଣ୍ଡପୀଠ ମାମଲାର ଶୁଣାଣି କରି ଛୁଟି ପରେ ମାମଲାର ବିଚାର କରିବା ପାଇଁ ସମୟ ଧାର୍ଯ୍ୟ କରିଥିବାବେଳେ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସେଲ ଆଇନଜୀବୀ ନିରଞ୍ଜନ ମହାରଣା ମାମଲା ପରିଚାଳନା କରୁଛନ୍ତି ।