ଏବିଏସ୍ଏଲଆଇ ଗ୍ୟାରେଣ୍ଟେଡ଼ ମାଇଲ ଷ୍ଟୋନ ଯୋଜନା

Nov 14, 2018 - 18:22
 118
ମୁମ୍ବାଇ, ୧୩/୧୧: ଅଣ-ବ୍ୟାଙ୍କ ଆର୍ଥିକ ସେବା ପ୍ରଦାନକାରୀ କଂପାନୀ ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡ଼ (ଏବିସିଏଲ)ର ବୀମା ଶାଖା ଆଦିତ୍ୟ ବିର୍ଲା ସନ୍ ଲାଇଫ ଇନସ୍ୟୁରାନ୍ସ ( ଏବିଏସ୍ଏଲଆଇ) ନିଜର ଏବିଏସ୍ଏଲଆଇ ଗ୍ୟାରେଣ୍ଟେଡ଼ ମାଇଲ ଷ୍ଟୋନ ଯୋଜନାରେ ଉଚ୍ଚ ଗ୍ୟାରେଣ୍ଟି ଦେୟ ପ୍ରଦାନ କରୁଛି । ଏହି ଯୋଜନା ଗ୍ରହଣ କରି ଗ୍ରାହକ ଉଚ୍ଚ ଲାଭାଂଶ ପାଇପାରିବେ । ଏଥିରେ ଅତିରିକ୍ତ ନିଶ୍ଚିତ ଆୟର ସୁବିଧା ରହିଛି ଯାହା ବର୍ଷ ଭିତ୍ତିରେ ବୃଦ୍ଧି ପାଇବା ସହ ମୃତ୍ୟୁକାଳୀନ ପରିସ୍ଥିତିରେ ନିଶ୍ଚିତ ସୁରକ୍ଷା ପ୍ରଦାନ କରିପାରିବ । ଅନିଶ୍ଚିତ ଆର୍ଥିକ ପରିବେଶରେ ଏହି ଯୋଜନା ଜଣଙ୍କର ଜୀବନ ଲକ୍ଷ୍ୟକୁ ସୁରକ୍ଷିତ କରିବାରେ ସହାୟକ ହୋଇପାରିବ । ମୃତ୍ୟୁ ଓ ଅବଧି ସମାପ୍ତ ପରେ ଏଥିରେ ନିଶ୍ଚିତ ଫେରସ୍ତର ବ୍ୟବସ୍ଥା ରହିଛି । ୧ ମାସରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ବା ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇପାରିବ । ବୀମା ଅବଧି ୧୨, ୧୪,୧୬,୧୮, ୨୦, ୨୨, ୨୪ ଓ ୨୬ ବର୍ଷ ରଖାଯାଇଛି । ଏଥିପାଇଁ କିସ୍ତି ପ୍ରଦାନର ଅବଧି ଯଥାକ୍ରମେ ୬,୮, ୧୦ ଓ ୧୨ ରଖାଯାଇଛି ।