ଜୟନ୍ତ ମହାପାତ୍ର ଓ ମାର୍କ ଟୁଲିଙ୍କୁ ଟାଟା ଷ୍ଟିଲ ପୁରସ୍କାର
ମୁମ୍ବାଇ, ୧୪/୧୧: ଟାଟା ସାହିତ୍ୟ ଲାଇଭ ଜୀବନବ୍ୟାପୀ ସାଧନା ୨୦୧୮ ପୁରସ୍କାର ପାଇଁ ବରିଷ୍ଠ ସାମ୍ବାଦିକ ତଥା ବିବିସିର ଭାରତ ସାମ୍ବାଦିକ ସାର୍ ୱିଲିୟମ ମାର୍କ ଟୁଲି କେବିଇ ମନୋନୀତ ହୋଇଥିବାବେଳେ ଟାଟା ଷ୍ଟିଲ ସାହିତ୍ୟ ଲାଇଭ କାବି୍ୟକ ସାଧନା ୨୦୧୮ ପୁରସ୍କାର ପାଇଁ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ମନୋନୀତ ହୋଇଛନ୍ତି । ଦେଶରେ ସାରସତ୍ୱ ତଥା ଉଜ୍ୱଳମୟ ସାହିତ୍ୟ କୃତିର ଅବଦାନ ନିମନ୍ତେ ଉଭୟଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଟାଟା ସାହିତ୍ୟ ଲାଇଭ ଜୀବନବ୍ୟାପୀ ସାଧନା ୨୦୧୮ ପୁରସ୍କାର ବରିଷ୍ଠ ସାମ୍ବାଦିକ ତଥା ବିବିସିର ଭାରତ ସାମ୍ବାଦିକ ସାର୍ ୱିଲିୟମ ମାର୍କ ଟୁଲି କେବିଇ ଓ ଟାଟା ଷ୍ଟିଲ ସାହିତ୍ୟ ଲାଇଭ କାବି୍ୟକ ସାଧନା ୨୦୧୮ ପୁରସ୍କାର ପାଇଁ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କୁ ଆସନ୍ତା ଶୁକ୍ରବାର ୧୮ ତାରିଖରେ ପ୍ରଦାନ କରାଯିବ । ମୁମ୍ବାଇର ଜାତୀୟ ପ୍ରୟୋଗାତ୍ମକ କଳା କେନ୍ଦ୍ରଠାରେ ଆୟୋଜିତ ଉତ୍ସବରେ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଅବସରରେ ପ୍ରତିଷ୍ଠାତା ତଥା ଉତ୍ସବ ନିଦେ୍ର୍ଧଶକ ଅନୀଲ ଧରକର କହିଛନ୍ତି ଯେ, ଉଭୟ ପ୍ରତିଭାଙ୍କୁ ସମ୍ମାନିତ କରି ଆମେ ଅତ୍ୟନ୍ତ ଗର୍ବିତ । ପୁରସ୍କାର ଗ୍ରହଣ କରି ମାର୍କ ଟୁଲି କହିଛନ୍ତି ଯେ, ଏହି ପୁରସ୍କାର ବିବିସି ଓ ସମଗ୍ର ଭାରତର ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ । ମୁଁ ଭାରତୀୟଙ୍କ ହୃଦୟ ଜୟ କରିପାରିଛି ସେଥିପାଇଁ ମୁଁ ଗର୍ବିତ ବୋଲି ସେ କହିଛନ୍ତି । ଟାଟା ସନ୍ସର ବ୍ରାଣ୍ଡ କଷ୍ଟୋଡ଼ିଆନ ହରିସ୍ ଭଟ୍ଟ କହିଛନ୍ତି ଯେ, ଏହି ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କୁ ପୁରସ୍କାର ପ୍ରଦାନ କରିବା ଆମପାଇଁ ଆନନ୍ଦର ସମୟ । ଇଂରାଜୀ ସାହିତ୍ୟର ପ୍ରଖ୍ୟାତ କବି କବି ଜୟନ୍ତ ମହାପାତ୍ର କହିଛନ୍ତି ଯେ ଏହି ପୁରସ୍କାର ଗ୍ରହଣ କରି ମୁଁ ଅତ୍ୟନ୍ତ ଗର୍ବିତ, ଆନନ୍ଦିତ ଓ ସମ୍ମାନିତ ଅନୁଭବ କରୁଛି । ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ କମ୍ୟୁନିକେସନ ମୁଖ୍ୟ କୁଲଭିନ ସୁରୀ କହିଛନ୍ତି ଯେ, ଭାରତୀୟ କଳା, ସାହିତ୍ୟ ଓ ସଂସ୍କୃତିର ପୃଷ୍ଠପୋଷକତା ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ । ଉଭୟ ପୁରସ୍କାର ପରବର୍ତ୍ତୀ ପିଢ଼ିକୁ ଅନୁପ୍ରାଣିତ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।