ଉଠାଜଳସେଚନ ଓ ପାଣି ପଂଚାୟତ ମହାସଂଘର ଅକ୍ଷୀମୁଠି ଅନୁକୂଳ

Apr 20, 2018 - 07:36
 185
ଉଠାଜଳସେଚନ ଓ ପାଣି ପଂଚାୟତ ମହାସଂଘର ଅକ୍ଷୀମୁଠି ଅନୁକୂଳ
କଟକ,୧୮ା୪: ଓଡ଼ିଶାର କୃଷିଭିତ୍ତିକ ମୁଖ୍ୟ ଚାଷ ଅନୁକୂଳର ପର୍ବ ଅକ୍ଷୟତୃତୀୟା ଉତ୍ସବ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକସଦର ଉଠାଜଳସେଚନ ଓ ପାଣି ପଞ୍ଚାୟତ ମହାସଂଘ ଦ୍ୱାରା ୪୨ମୌଜା କଳପଡା ଗ୍ରାମପଞ୍ଚାୟତର ଦେଉଳି ଗ୍ରାମରେ ଅକ୍ଷିମୂଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ମାର୍ଜନା କରାଯାଇଥିଲା । ଅକ୍ଷୀମୁଠିକୁ ପୂଜାର୍ଚ୍ଚନା କରି ଶଙ୍ଖ ହୁଳହୁଳି ଧ୍ୱନିରେ ମହାସମାରୋହରେ ଚାଷ ଜମିକୁ ଅଣାଯାଇ ପୁରୋହିତ ମଦନ ସୁନ୍ଦର ଦିକ୍ଷୀତ୍ଙ୍କ ଦ୍ୱାରା ପୂଜାପାଠ କରାଯାଇ ଅକ୍ଷୀମୁଠି ବୁଣାଯାଇଥିଲା । କାର୍ଯ୍ୟକ୍ରମରେ କର୍ତ୍ତାଭାବେ ପ୍ରଭାକର ମହାନ୍ତି ପ୍ରଥମେ ଜମିରେ ବିହନ ବୁଣିଥିଲେ । ଏହି ଉତ୍ସବରେ ମହାସଂଘ ସଭାପତି ଅଶୋକ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମହାସଂଘର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପତି ମହାସଂଘର ଆଭିମୁଖ୍ୟ ଓ ଅକ୍ଷୟ ତୃତୀୟା ଦିବସ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ୪୨ମୌଜା ୬ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା, ମୁଖ୍ୟବକ୍ତା ଭାବରେ କଟକ ସଦର ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, ସମ୍ମାନିତ ଅତିଥି ଭାବରେ କଳପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ କୁମାର ନାୟକ, ସମ୍ମାନିତ ଅତିଥିଭାବେରେ ଉଠା ଜଳସେଚନ ନିଗମର କନିଷ୍ଠ ଯନ୍ତ୍ରୀ ଭାଗିରଥି ମିଶ୍ର, ଜଗଦିଶ୍ ତ୍ରିପାଠୀ, ଯୁଧିଷ୍ଠିର ପତି, ମଧୁସୁଦନ ପତି, ଶରତ ରାୟ, ମନୋଜ ରାଉତ, ପ୍ରଭାକର ଦାସ, ଦେବେନ୍ଦ୍ର ସେନାପତି, ମନୋରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଉଦ୍ବୋଧନ ଦେଇଥିବାବେଳେ ଶ୍ରଦ୍ଧାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।