ଡ଼ାନି ପେଡ଼ରୋଜା ମୋଟରଜିପି ବିଶ୍ୱ ଚମ୍ପିୟାନସିପ୍ରେ ଅଂଶଗ୍ରହଣ କରିବେ

Apr 20, 2018 - 08:05
 168
ଅଷ୍ଟିନ, ୧୮/୪ : ଗତ ସପ୍ତାହରେ ଡ଼ାହାଣ ହାତ ମଣିବନ୍ଧରେ ଅସ୍ତ୍ରୋପଚାର ହୋଇଥିବା ଡ଼ାନି ପେଡ଼ରୋଜା ଆମେରିକାର ମାର୍କ ମାରକୁଏଜଙ୍କ ସହ ଅଷ୍ଟିନଠାରେ ହେବାକୁ ଥିବା ମୋଟରଜିପି ବିଶ୍ୱ ଚମ୍ପିୟାନସିପରେ ସେ ଅଂଶଗ୍ରହଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିବେ । ଅସ୍ତ୍ରୋପଚାର ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଏବେ ବିଶ୍ରାମ ନେଉଛନ୍ତି । ୫.୫୧୩ କି.ମି ଟେକ୍ସାସ ସର୍କିଟ ଟେକ୍ନିକାଲରେ ମାର୍କ ଓ ଡ଼ାନିଙ୍କ ଉତ୍ତମ ରେକଡର଼୍ ରହିଛି । ୨୦୧୩ ମସିହାରେ ଏହି ସର୍କିଟରେ ମାର୍କ ପ୍ରଥମ ମୋଟର ଜିପି ପୋଲରେ ବିଜୟୀ ହୋଇଥିଲେ । ଏହାର ପରବର୍ତ୍ତୀ ସମୟରେ ସେ ନିଜର ଦକ୍ଷତା ବଜାୟ ରଖିଥିଲେ । ଆମେରିକାରେ ସେ ଲଗାତର ବିଜୟ ଧାରା ଅବ୍ୟାହତ ରଖିଥିଲେ । ଏହି ସର୍କିଟରେ ଡ଼ାନି ୪ ଥରରୁ ୩ ଥର ବିଜୟ ଲାଭ କରିଥିଲେ । ଆମେରିକା ମାଟିରେ ରେପସଲ ହୋଣ୍ଡା ଦଳ ୧୪ଟି ଜିପି ବିଜୟ ଲାଭ କରିଛି । ୨୦୧୦ରେ ଭାରତୀୟ ମାଟିରେ ତାଙ୍କର ବିଜୟ ହୋଇଥିଲା । ଆମେରିକା ରେଡ଼ ବୁଲ ଗ୍ରାଣ୍ଡ ପିକ୍ସରେ ମାର୍କ ୫ଟି ବିଜୟ ଓ ୫ ପୋଲ ସ୍ଥିତି ଲାଭ କରିଛନ୍ତି । ଡ଼ାନି ପେଡ଼ରୋଜା ୩ ପୋଡ଼ିୟମ ଲାଭ କରିଛନ୍ତି ।