ରାଜ୍ୟ ସ୍ତରୀୟ ସ୍ୱାୟତ ଶଶସନ ଦିବସ ପାଳିତ
ଭୁବନେଶ୍ୱର, ୩୧/୮(ସକାଳଖବର): ସ୍ୱାୟତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସମସ୍ତ ୱାର୍ଡରେ ୱାର୍ଡ ଅଫିସ୍ ଖୋଲିବା ସହିତ ରାଜ୍ରର ସହରାଂଚଳର ସମସ୍ତ ୨୦୩୫ ୱାର୍ଡରେ ୱାର୍ଡ ଅଫିସ୍ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାସହ କ୍ଷୂଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର (ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଂଟର) , ବିଡିଏରେ ଅନ୍ ଲାଇନ୍ ବିଲ୍ଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା , ଅନ୍ ଲାଇନ୍ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୂଦ୍ର ବ୍ୟବସାୟୀ ମାନଙ୍କୁ ମଧ୍ୟ ଅନଲାଇନ୍ ଜରିଆରେ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି ଅବସରରେ ବିଭାଗୀୟ ଅଧିକାରୀ ଓ ଭିଡିଓ କନଫରେନ୍ସିଂ ରେ ପୁରୀ , ବ୍ରହ୍ମପୁର ଓ ଭୁବନେଶ୍ୱର ସହିଦ୍ ନଗରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସହରାଂଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । ଆଜି ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଆଜି ଭୁବନେଶ୍ୱର ମ୍ୟୁନିସପାଲ କର୍ପେରେସନ୍ ପକ୍ଷରୁ ସବୁ ୱାର୍ଡରେ ୱାର୍ଡ ଖୋଲାଗଲା ।
ଆଜି ମଧ୍ୟ ଭୁବନେଶ୍ୱର ପାଇଁ ଫାଷ୍ଟ ଟ୍ରାକ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହୋଇଛି । ଏସବୁ କାମ ୫-ଟି ମନ୍ତ୍ରର ଉପଯୋଗ ଭଲ ଭାବେ କରାଯାଇଛି । ନଗର ଉନ୍ନୟନ ବିଭାଗ ଏକ ମାସ ମଧ୍ୟରେ ଏଥିପାଇଁ ପଦକ୍ଷେପ ନିଆଯାଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥା ମାନଙ୍କୁ ଆବର୍ଜନା ମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହା ବ୍ୟତୀତ ଉତମ ନାଗରିକ ସେବା , ସ୍ୱାୟତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ । ଆଜିକାଲି ସହରାଂଚଳରେ ବିଭିନ୍ନ ବିକାଶମୂଳକ କାଯ୍ୟକ୍ରମର ପରିଚାଳନା ଏକ ଆହ୍ୱାନ ହୋଇଛି । ଜନସାଧାରଣଙ୍କୁ ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି କାର୍ଯ୍ୟ କରିବା ଓ ୫-ଟିର ନୀତିକୁ ଅନୁସରଣ କଲେ ଜନସାଧାରଣ ଚାହୁଁଥିବା ପରିବର୍ତନକୁ ଆମେ ନିଶ୍ଚିନ୍ତ ଭାବେ ହାସଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି ।
ସୂଚନାଯୋଗ୍ୟ ଯେ ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ ଟି ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ୟୁନିଟ୍ କରାଯିବା ସହିତ ୨୬ ଟି ପୌରସଂସ୍ଥାରେ ୭୦ କୋଟି ଟଙ୍କା ବ୍ୟୟରେ ୪୦ ଟି ମଳପଙ୍କ ବିଶୋଧନ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଦୈନିକ ୪ ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ ଏବଂ ୮ ଲକ୍ଷ ଲୋକ ଉପକାର ପାଇପାରିବେ । ସେହିପରି ଫନି ବାତ୍ୟା ସମୟରେ ପୁରୀର ୪୧୦୩ ଜଣ ରାସ୍ତାକଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶନିବାର ପ୍ରଥମ ପର୍ଯ୍ୟାୟରେ ୧୩୬୯ ଜଣଙ୍କୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି ।