ଉଜ୍ଜଳା ମହିଳାଙ୍କୁ ସଶକ୍ତ କରିଛି - ସୁଷମା ସ୍ୱରାଜ

Feb 23, 2019 - 18:46
 146
ନୂଆଦିଲୀ୍ଲ, ୨୨/୨(ସକାଳଖବର): ଉଜ୍ଜଳା ଘରକୁ କେବଳ ଗ୍ୟାସ ସିଲିଣ୍ଡର ଦେଇ ନାହିଁ, ବରଂ ମହିଳାଙ୍କୁ ସଶକ୍ତିକରଣ କରୁଛି ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେହିପରି ଆଜି ଏଲପିଜି ଉଜ୍ଜଳା ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଓଡିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ପଂଚମ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସି ଦ୍ୱାରା ୬୦ ହଜାରରୁ ଉଦ୍ଧ୍ୱର୍ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କରଥିଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ୱରାଜ କହିଛନ୍ତି ଯେ ପୂର୍ବରୁ ମହିଳାମାନେ କାଠ ଦ୍ୱାରା ରୋଷେଇ କରୁଥିବା କାରଣରୁ ତାଙ୍କର ଅଧା ସମୟ ରୋଷେଇରେ ହିଁ ଯାଉଥିଲା । କାଠ ଦ୍ୱାରା ରୋଷେଇ କଲେ ମହିଳାଙ୍କ ଆଖି ଖରାପ ହେବା ସହ ଘର ଧୂଆଁରେ କଳା ପଡିଯାଉଥିଲା ଏବଂ ପରିବାର ଲୋକମାନେ ମଧ୍ୟ ରୋଗଗସ୍ତ ହେଉଥିଲେ । ଉଜ୍ଜଳା ଘରକୁ କେବଳ ଗ୍ୟାସ ସିଲିଣ୍ଡର ଦେଇ ନାହିଁ, ବରଂ ମହିଳାଙ୍କୁ ସଶକ୍ତିକରଣ କରୁଛି । ଏକ ଗ୍ୟାସ ସିଲିଣ୍ଡର ଦେଶରେ ବଡ କ୍ରାନ୍ତି ଆଣିଛି । ଦେଶରେ ଏତେବଡ କ୍ରାନ୍ତି ସିଲିଣ୍ଡର ମାଧ୍ୟମରେ ଆସିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପାଇଁ ଶ୍ରୀମତୀ ସୁଷମା ସ୍ୱରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁଷମାଙ୍କ ମାଗଦର୍ଶନ ଏକ ବଡ ପଦକ୍ଷେପ ନେବାରେ ସାହାଯ୍ୟ କରିଛି । ପୂର୍ବରୁ ଦେଶରେ ଏଲ୍ପିଜି ବିତରକ ସଂଖ୍ୟା ୧୩ ହଜାର ଥିବା ବେଳେ ଆଜି ଏହି ସଂଖ୍ୟା ବଢି ୨୩ ହଜାର ହେଲାଣି । ଏହାସହ ବିତରଣ କେନ୍ଦ୍ରକୁ ଆହୁରି ବୃଦ୍ଧି କରିବା ପାଇଁ କମନ ସର୍ଭିସ୍ ସଂଟେର ସହ ମଧ୍ୟ ଯୋଡାଯାଇଛି । ସେ କହିଛନ୍ତି ଯେ ୨ ଦିନ ପରେ ପ୍ରଧାନମନ୍ତ୍ରୀ ଦୁନିଆର ସବୁଠୁ ବଡ ଲମ୍ବା ଏଲପିଜି ପାଇପଲାଇନର ଶୁଭାରମ୍ଭ କରିବେ ଆଜି ଏଲପିଜି ଉଜ୍ଜଳା ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାଲେଶ୍ୱର ଅଂଚଳର ଭୋଗରାଇ ବ୍ଲକର ଉଜ୍ଜଳା ଲାଭାର୍ଥୀ ସ୍ୱର୍ଣ୍ଣଲତା ଗିରି କହିଥିଲେ ଯେ ଉଜ୍ଜଳା ଦ୍ୱାରା ତାଙ୍କ ସମୟ ବଂଚିଛି । ଯାହାଫଳରେ ସେ ବଳକା ସମୟରେ ଅନ୍ୟକାମ କରି ରୋଜଗାର କରିପାରୁଛନ୍ତିା ପୂର୍ବରୁ ସେମାନେ ଚୂଲାରେ କାଠ ସାହାଯ୍ୟରେ ରୋଷେଇ କରୁଥିବା ବେଳେ ଗ୍ୟାସ ଆସିବା ପରେ ସେମାନେ ସବୁ ସମସ୍ୟାରୁ ମୁକ୍ତି ହୋଇପାରିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଯ ଶିପୁରର ଚମ୍ପାବତୀ ସେଠୀ କହିଛନ୍ତି ଯେ ଉଜ୍ଜଳା ଗ୍ୟାସ୍ ଆମକୁ ଖୁସି ଦେଇଛି । ୨୦୧୬ରେ ଘରକୁ ଗ୍ୟାସ ଆସିବା ଫଳରେ ସେ ସ୍ୱାମୀଙ୍କୁ ଚାଷବାସ କାମରେ