ବରୁଣ ଓ ଅନୁଷ୍କା ସ୍କିଲ ଇଣ୍ଡିଆ ମିଶନର ବ୍ରାଂଣ୍ଡ ଆମ୍ବାସଡର

Sep 18, 2018 - 18:02
 200
ବରୁଣ ଓ ଅନୁଷ୍କା ସ୍କିଲ ଇଣ୍ଡିଆ ମିଶନର ବ୍ରାଂଣ୍ଡ ଆମ୍ବାସଡର
ଭୁବନେଶ୍ୱର, ୧୮/୯ (ସକାଳଖବର):ବଲିଉଡ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍କିଲ ଇଣ୍ଡିଆ ମିଶନ କ୍ୟାମ୍ପେନର ବ୍ରାଂଣ୍ଡ ଆଙ୍କାସଡର ହେବାପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ବହୁପ୍ରିତିକ୍ଷୀତ ସୁଇ-ଧାଗା ଚଳଚିତ୍ରରେ ଏହି ଦୁଇ ଯୋଡି ଭାରତର ଦକ୍ଷତା ଯୁକ୍ତ ମାନବସମ୍ବଳର ସାମ୍ନା କରିବା ପାଇଁ ଆଗେଇ ଆସିଛନ୍ତି । ବିଶେଷ ଭାବରେ ଭାରତର ମାଟି ସହ ଜଡିତ କାରିଗର, ଶିଳ୍ପୀ ଓ ବୁଣାକାର ମାନେ ଯେଉଁମାନେ ଭାରତକୁ ସମଗ୍ର ବିଶ୍ୱରେ ସମ୍ମାନିତ କରିଛନ୍ତି ଏହି କଳାକାର ଯୋଡି ସେମାନଙ୍କୁ ସମ୍ମାନିତ କରିବା ପାଇଁ ଆଗେଇ ଆସିଛନ୍ତି । ସ୍କିଲ ଇଣ୍ଡିଆର ବ୍ରାଂଡ ଆମ୍ବାସଡର ଭାବେ ଦୁଇ କଳାକାର ନିଜର ସମୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ଭାରତର ଯୁବ ପୀଢିର ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ । ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବରୁଣ ଧାବନ ଓ ଅନୁଷ୍କା ଶର୍ମା ତାଙ୍କର ଚଳଚିତ୍ର ସୁଇ-ଧାଗା ମାଧ୍ୟମରେ ଦେଶର ଅନନ୍ୟ କିନ୍ତୁ ନଜର ଆଢୁଆଳରେ ଥିବା ମାନବସମ୍ବଳର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବାରେ ଏକ ନିଷ୍ଠାପର ଉଦ୍ୟମ କରିଛନ୍ତି । ଏହି ଚଳଚିତ୍ରରେ ବହୁତ ବଡ ସାମାଜିକ ବାର୍ତା ରହିଛି । ଭାରତ ବିଶ୍ୱର ଗୋଟିଏ ଯୁବଦେଶ । ଏହି ଯୁବ ପୀଢିର ଦକ୍ଷତା ଓ ଉଦ୍ୟମୀ ହେବାର ଇଛାଶକ୍ତି ଦେଶକୁ ବିଶ୍ୱରେ ଏକ ନୂଆ ପରିଚୟ ଦେବାରେ ସହାୟ ହେବ । ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସ୍ୱପ୍ନକୁ ଏହି ଦୁଇ ଅଭିନେତା ଯୋଡି ସ୍କିଲ ମିଶନରେ ସାମିଲ ହେବାଦ୍ୱାରା ଅଧିକ ଶକ୍ତି ମିଳିବ । ଉଭୟ ବରୁଣ ଧାବନ ଓ ଅନୁଷ୍କା ଶର୍ମା ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କର ସ୍କିଲ ଇଣ୍ଡିଆ ମିଶନକୁ ଭୂୟସୀ ପ୍ରଂଶସା କରିଛନ୍ତି । ଏହା ଭାରତର ଯୁବସମାଜ ଦକ୍ଷ ଓ ସଙ୍ଗଠିତ କରିବା ସହ ଦେଶର ପାରମ୍ପରିକ ଶିଳ୍ପୀ , କଳାକାର ଓ ତତସଙ୍କନ୍ଧୀୟ ମାନବସଙ୍କଳକୁ ଅଧିକ ରୋଜଗାରକ୍ଷମ କରିବା ସହ ଦେଶକୁ ପ୍ରଗତୀର ରାସ୍ତାରେ ନେବ ବୋଲି ଅଭିନେତା ଓ ଅଭିନେତ୍ରୀ ଦ୍ୱୟ ପ୍ରକାଶ କରିଛନ୍ତି ।