ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ, ଭାରତକୁ ଦେଲେ ଚତୁର୍ଥ ଗୋଲ୍ଡ

Sep 4, 2021 - 13:17
 51
ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ, ଭାରତକୁ ଦେଲେ ଚତୁର୍ଥ ଗୋଲ୍ଡ
ଟୋକିଓ ୦୪।୦୯: ଜାପାନର ରାଜଧାନୀ ଟୋକିଓରେ ଖେଳାଯାଉଥିବା ପାରା ଅଲିମ୍ପିକ୍ସରେ ଶନିବାର ଦିନଟି ଭାରତ ପାଇଁ ବହୁତ ଖାସ ରହିଛି। ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ଏକକ ବର୍ଗ ଏସଏଲ ୩ରେ ଭଗତ ଚାମ୍ପିଅନ ହୋଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତ ପାରା ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ଚତୁର୍ଥ ଗୋଲ୍ଡ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ପ୍ରମୋଦ ସେମି ଫାଇନାଲରେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୨-୦ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମୁକାବିଲାରେ ୩୩ ବର୍ଷୀୟ ପ୍ରମୋଦ ଗ୍ରେଟ୍‌ ବ୍ରିଟେନ୍‌ ଖେଳାଳି ଡାନିଏଲ ବେଠଲଙ୍କୁ ୨-୦ରେ ହରାଇ ସ୍ଵର୍ଣ୍ଣ ପଦକ ହାତେଇଛନ୍ତି। ପ୍ରମାେଦ ପ୍ରତିପକ୍ଷ ଖେଳାଳିଙ୍କୁ ୨୧-୧୪, ୨୧-୧୭ ସିଧାସଳଖ ସେଟରେ ହରାଇ ଇତିହାସ ରଚିଛନ୍ତି। ପ୍ରଥମ ସେଟକୁ ସହଜରେ ଜିତିଥିବା ପ୍ରମୋଦ ଦ୍ଵିତୀୟ ସେଟ୍‌ ଆରମ୍ଭରୁ ସେତେଟା ପ୍ରଭାବୀ ପ୍ରଦର୍ଶନ କରି ପାରିନଥିଲେ। ତାଙ୍କ ଉପରେ ଗ୍ରେଟ୍‌ ବ୍ରିଟେନ୍‌ ଖେଳାଳି ଭାରି ପଡ଼ିଥିଲେ। ହେଲେ ପ୍ରମୋଦ କମବ୍ୟାକ୍‌ କରିଥିଲେ। ଆଉ ବାଜି ପଲଟାଇ ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେଟରେ ଡାନିଏଲଙ୍କୁ ୨୧-୧୭ରେ ହରାଇ ଇତିହାସ ରଚିଥିଲେ। ଏହି ଇଭେଣ୍ଟରେ ଭାରତର ମନୋଜ ସରକାର ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି। ଏଥିସହ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ମୋଟ୍ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି। ଏହା ଭାରତର ପାରା ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ।