ଯୋଡା ମୁଣ୍ଡ ଥିବା ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ

Sep 4, 2021 - 11:27
 82
ଯୋଡା ମୁଣ୍ଡ ଥିବା ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ
ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ସକାଳ ସମୟରେ ଏକ ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ ହୋଇଛି । ଶିଶୁଟିର ଦୁଇଟି ମୁଣ୍ଡ ରହିଛି । ଦୁଇଟି ମସ୍ତିସ୍କ ଥିବା ଅଦ୍ଭୁତ ଶିଶୁପୁତ୍ରକୁ ଦେଖିବା ପାଇଁ କିଛି ସମୟ ଲୋକଙ୍କ ଭିଡ଼ ରହିଥିଲା । ସୂଚନା ଅନୁଯାୟୀ, ଠାକୁରପଡା ଗ୍ରାମ ପଞ୍ଚାୟତ ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ହେବା ପରେ ଶୁକ୍ରବାର ରାତି ୧ଟା ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ସକାଳେ ଏହି ଅଦ୍ଭୁତ ଦୁଇଟି ମୁଣ୍ଡ ଥିବା ଶିଶୁ ପୁତ୍ର ଜନ୍ମ ନେଇଥିଲା । ସେଥିମଧ୍ୟରୁ ଗୋଟିଏ ମସ୍ତିସ୍କ ଜୀବିତ ଥିବାବେଳେ ପ୍ରାୟ ୧ ଘଣ୍ଟା ପରେ ଉକ୍ତ ସନ୍ତାନର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିବା ହରିଚନ୍ଦନପୁର ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଅଦ୍ଭୁତ ପୁତ୍ର ସନ୍ତାନକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।