ଆରିଫ ଅଲ୍ୱୀ ପାକିସ୍ତାନର ନୂତନ ରାଷ୍ଟ୍ରପତି

Sep 5, 2018 - 08:19
 291
ଆରିଫ ଅଲ୍ୱୀ  ପାକିସ୍ତାନର ନୂତନ ରାଷ୍ଟ୍ରପତି
ନୂଆଦିଲ୍ଲୀ,୦୫/୯ (ସକାଳଖବର):ପାକିସ୍ତାନର ତହରିକ ଏ ଇନସାଫ୍ ଦଳର ସଂସ୍ଥାପକ ଭାବେ କାର୍ୟ୍ୟକରି ଆସୁଥିବା ଡଃ ଆରିଫ ଅଲ୍ୱୀ ପାକିସ୍ତାନର ନୂତନ ରାଷ୍ଟ୍ରପତି ଭାବେ ମନୋନୀତ ହୋଇଛନ୍ତି । ୬୯ବର୍ଷୀୟ ଅଲ୍ୱୀ ଏତଜାଜ ଅହସନ ଏବଂ ମୌଲାନା ଫଜଲ ଉର ରହମାନଙ୍କ ଠାରୁ ବାଜି ମାରି ପାକିସ୍ତାନର ୧୩ତମ ରାଷ୍ଟ୍ରପତି ଭାବେ ମନୋନୀତ ହୋଇଛନ୍ତି । ଅଲ୍ଲୀ ଛାତ୍ର ଜୀବନରେ ରାଜନୀତି ସହ ଜଡିତ ଥିଲେ । ସେ ଜମାତ ଏ ଇସଲାମି ଷ୍ଟୁଡେଂଟ ୱିଙ୍ଗର ସଦସ୍ୟ ଥିଲେ । ସେ ସୈନ୍ୟ ଶାସକ ଆୟୁବ ଖାନଙ୍କ ବିରୋଦ୍ଧ କରିଥିଲେ । ଫଳରେ ତାଙ୍କୁ ସେତେବେଳେ ଗୁଳି ମଧ୍ୟ ଲାଗିଥିଲା । ସେ ୧୯୭୯ରେ ଜମାତ ଏ ଇସଲାମୀ ନିର୍ବାଚନରେ ହାରି ଯାଇଥିଲେ । ଫଳରେ ଦଳ ଛାଡି ଦେଈ ୧୯୯୬ରେ ପଟିଆଇ ଦଳରେ ମିଶି ଥିଲେ । ଏହି ଦଳରେ ୧୯୯୭ରେ ନିର୍ବାଚନ ଲଢିଥିଲେ କିନ୍ତୁ ପୁନର୍ବାର ହାରି ଯାଇଥିଲେ । ପରେ ୨୦୦୬-୨୦୧୩ ପର୍ୟ୍ୟନ୍ତ ସେ ଦଳର ମହାସଚ୍ଚିବ ଭାବେ କାର୍ୟ୍ୟ ସମ୍ପାଦନ କରିଥିଲେ । ଏତଦ୍ ବ୍ୟତୀତ ଭାରତ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି । ତାଙ୍କର ପୂର୍ବଜମାନେ ଆଗ୍ରାର ଥିଲେ । ଭାଗବଂଟା ପରେ ସେମାନେ କରାଚିରେ ପ୍ରତିଷ୍ଠିତ ହୋଇ ଯାଇଥିଲେ । ୧୯୪୭ରେ ତାଙ୍କର ଜନ୍ମ ହୋଇଥିଲା । ସେ ଜଣେ ଦନ୍ତ ଚିକିତ୍ସକ । ତାଙ୍କ ପିତାଙ୍କ ସମ୍ବନ୍ଧ ମହମଦ ଅଲ୍ଲୀ ଜିନ୍ନାଙ୍କ ପରିବାର ସହ ଥିଲା । ମହମଦ ଅଲ୍ଲୀ ଜିନ୍ନାଙ୍କ ଭଉଣୀ ଶିରୀନଭାଇଙ୍କ ଟ୍ରଷ୍ଟରେ ତାଙ୍କ ପିତା ଟ୍ରଷ୍ଟି ଥିଲେ ।