ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ଷ୍ଟ୍ରୋକ୍ କ୍ଲିିନିକ୍ ଉଦ୍ଘାଟିତ
ଭୁବନେଶ୍ୱର (ସକାଳଖବର): ଆମ୍ରି ହସପିଟାଲ୍ସ ଭୁବନେଶ୍ୱରଠାରେ ଜୁନ୍ ୨, ୨୦୧୮ରେ ନୁ୍ୟରୋଲୋଜିର ବରିଷ୍ଠ କନ୍ସଲଟାଂଟ୍ ପ୍ରଫେସର ଡକ୍ଟର ଆର୍ ଏନ୍ ସାହୁଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଷ୍ଟ୍ରୋକ୍ କ୍ଲିନିକ୍ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଡକ୍ଟର (ଲେପ୍ଟନାଂଟ୍ କର୍ଣ୍ଣେଲ୍) ଶ୍ରୀ ବିବେକ ଲାଲ୍, ଉପ ସଭାପତି, ୟୁନିଟ୍ ମୁଖ୍ୟ ଓ ଡକ୍ଟର ଏଲ୍ ଡି ପାଢ଼ୀ, ନୁ୍ୟରୋଲୋଜିର ବରିଷ୍ଠ କନ୍ସଲ୍ଟାଂଟ୍ଙ୍କ ନେତୃତ୍ୱରେ ସମସ୍ତ ନୁ୍ୟରୋଲୋଜି ଟିମ୍ ଉପସ୍ଥିତ ଥିଲେ ।
କରୋନାରି ଆର୍ଟେରି ରୋଗ ପରେ ୱାର୍ଲ ୱାଇଡ୍ ଷ୍ଟ୍ରୋକ୍ (ବ୍ରେନ୍ ଷ୍ଟ୍ରୋକ୍) ହେଉଛି ମୃତୁ୍ୟର ଏକ ସାଧାରଣ କାରଣ । ସ୍ଥାୟୀ ଅକ୍ଷମତାର ମଧ୍ୟ ଏହା ଏକ ଦୃଢ଼ କାରଣ । ପ୍ରତି ୬ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ଓ ପ୍ରତି ୫ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କଠାରେ ୫୫ ବର୍ଷ ବୟସ ପରେ ଷ୍ଟ୍ରୋକ୍ ହେବାର ଜୀବନବ୍ୟାପୀ ବିପଦ ରହିଛି । ପାଶ୍ଚାତ୍ୟ ଶିଳ୍ପ ସମୃଦ୍ଧ ଦେଶଗୁଡ଼ିକ ତୁଳନାରେ ଭାରତରେ ଷ୍ଟ୍ରୋକ୍ ପରିମାଣ ଅଧିକ । ଦୁର୍ବଳ ଜନ ସଚେତନତା ଓ ଭିତିଭୂମିର ୍ରଭାବ ଯୋଗୁଁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସୁବିଧା ପାଉନାହାନ୍ତି । “ସାଧାରଣ ଷ୍ଟ୍ରୋକ୍ର ଚିକିତ୍ସା ଉପଲବ୍ଧ ଯାହାକୁ ଥ୍ରୋମ୍ବୋଲିସିସ୍ ଜରିଆରେ ଚିକିତ୍ସା କରାଯାଇପାରିବ । ନୁ୍ୟରୋଲୋଜି ବିଶେଷଜ୍ଞ ଓ ନୁ୍ୟରୋ ସର୍ଜନ୍କୁ ନେଇ ବ୍ରେନ୍ ଷ୍ଟ୍ରୋକ୍ର ଚିକିତ୍ସା କରିବା ପାଇଁ ଆମ୍ରି ହସପିଟାଲ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ବିଶିଷ୍ଟ ଓ ନୁ୍ୟରୋଲୋଜିର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଆର୍ ଏନ୍ ସାହୁ କହିଛନ୍ତି ।
“ଆମ୍ରି ହସପିଟାଲ୍ସ ଭୁବନେଶ୍ୱରରେ ଆମର ଏକ ଉତ୍ସର୍ଗୀକୃତ ଷ୍ଟ୍ରୋକ୍ ୟୁନିଟ୍ ରହିଛି, ଉଦାହରଣ ସ୍ୱରୂପ ହସପିଟାଲ୍ରେ ଏକ ସଂଗଠିତ ବ୍ୟବସ୍ଥା ଯାହା ସମ୍ପୂର୍ଣ୍ଣ ରୂପେ ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ । ଷ୍ଟ୍ରୋକ୍ କେୟାର ଉପରେ ସ୍ୱତନ୍ତ୍ର ଜ୍ଞାନ ଥିବା ଏକ ବିବିଧ ଟିମ୍ ଦ୍ୱାରା ଏହା ଆରମ୍ଭ ହୋଇଛି । ଷ୍ଟ୍ରୋକ୍ ରୋଗୀଙ୍କୁ ଆମେ ଚବିଶ ଘଂଟା ସହାୟତା ଯୋଗାଇ ଦେଉଛୁ । ୱିଣ୍ଡଅନ୍ ଅବଧି (ଲକ୍ଷଣ ଜଣାପଡ଼ିବାର ୪.୫ ଘଂଟା ଭିତରେ) ଆମେ ନିୟମିତ ଥ୍ରୋମ୍ବୋଲାଇଜ୍ କରୁଛ । ଏହି ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ବୋଲି ଡକ୍ଟର ଏଲ୍ ଡି ପାଢ଼ୀ କହିଛନ୍ତି ଓ ଜଣାଇଛନ୍ତି ଯେ, “ଆମ୍ରି ଭୁବନେଶ୍ୱରରେ ଆମର ଜରୁରୀକାଳୀନ ଫିଜିସିଆନ୍, ଚବିଶ ଘଂଟା ନୁ୍ୟରୋଲୋଜିଷ୍ଟ, ଉତମ ତାଲିମ ପ୍ରାପ୍ତ ନର୍ସିଂ ଷ୍ଟାଫ୍, ନୁ୍ୟରୋ ରିହାବିଲିଟେସନ୍ ଷ୍ଟାଫ୍ଙ୍କ ଏକ ଟିମ୍ ରହିଛି ।’’
ଅସ୍ତ୍ରୋପଚାର ପଦକ୍ଷେପ ଆବଶ୍ୟକ କରୁଥିବା ଷ୍ଟ୍ରୋକ୍ ରୋଗୀଙ୍କ ଯତ୍ନ ନେବା ପାଇଁ ଆମ୍ରି ହସପିଟାଲ୍ରେ ସବୁଠୁ ଅଭିଜ୍ଞ ନୁ୍ୟରୋ ସର୍ଜନ ରହିଛନ୍ତି । ଆମ୍ରି ହସପିଟାଲ୍ସରେ ଉଚ୍ଚ ଅଭିଜ୍ଞ ନୁ୍ୟରୋ ରେଡିଓଲୋଜିଷ୍ଟ୍ ଥିବା ବେଳେ ୧୨ ସ୍ଲାଇସ୍, ସିଟି, ସର୍ବାଧୁନିକ ୧.୫-ଏମ୍ଆର୍ଆଇ ରହିଛି । ୱିଣ୍ଡୋ ଅବଧି ବାଦ (୨୪ ଘଂଟା ପର୍ଯ୍ୟନ୍ତ) ଷ୍ଟ୍ରୋକ୍ ରୋଗୀଙ୍କ ସୁବିଧା ପାଇଁ ଖୁବ୍ଶୀଘ୍ର ଏକ ନୁ୍ୟରୋ ଇଟଂରଭେନ୍ସନ୍ ବ୍ୟବସ୍ଥା କରିବାକୁ ହସ୍ପିଟାଲ୍ ଯୋଜନା ରଖିଛି ।