ସିଆଇଆଇ ଓଡ଼ିଶା ରାଜ୍ୟ କାଉନସିଲର ନୂତନ କାର୍ଯ୍ୟକର୍ତା ଚୟନ: ଜେଏସପିଏଲର ମନୀଷ ଖରବନ୍ଦା ନୂଆ ଅଧ୍ୟକ୍ଷ

Feb 25, 2021 - 12:22
 114
ସିଆଇଆଇ ଓଡ଼ିଶା ରାଜ୍ୟ କାଉନସିଲର ନୂତନ କାର୍ଯ୍ୟକର୍ତା ଚୟନ: ଜେଏସପିଏଲର ମନୀଷ ଖରବନ୍ଦା ନୂଆ ଅଧ୍ୟକ୍ଷ
ଭୁବନେଶ୍ୱର(ସକାଳଖବର): ୨୫/୨୦୨୧:ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ର ପରାମର୍ଶଦାତା (ଲିଗାଲ୍, କର୍ପୋରେଟ୍ ଆଫେୟାର୍ସ ଏବଂ ସଷ୍ଟେନେବିଲିଟି) ଶ୍ରୀ ମନୀଷ ଖରବନ୍ଦା ସିଆଇଆଇ ଓଡ଼ିଶା ରାଜ୍ୟ କାଉନସିଲର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ । ୨୩ ଫେବୃଆରୀ ୨୦୨୦ ରେ ପୁରୀରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ କାଉନସିଲର ପ୍ରଥମ ବୈଠକରେ ତାଙ୍କ ନାମ ଘୋଷଣା ।ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ୨୦୨୧-୨୨ ବର୍ଷ ପାଇଁ Cଔଔ ଓଡିଶା ରାଜ୍ୟ କାଉନସିଲର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ । ଭାରତୀୟ କର୍ପୋରେଟ୍ ଜଗତରେ ବିଭିନ୍ନ ଶ୍ରେଷ୍ଠ କମ୍ପାନୀରେ ଅନେକ ବର୍ଷର କାର୍ଯ୍ୟ କରିଥିବା ଶ୍ରୀ ମନୀଷ ଖରବନ୍ଦା ଜଣେ ଅଭିଜ୍ଞ ପେସାଦାର ଢବର୍ତ୍ତମାନ, ଶ୍ରୀ ଖରବନ୍ଦା ଜିନ୍ଦଲ ଷ୍ଟିଲ ଏବଂ ପାୱାରରେ ପରାମର୍ଶଦାତା (ଲିଗାଲ୍, କର୍ପୋରେଟ୍ ଆଫେୟାର୍ସ, ଏବଂ ସଷ୍ଟେନେବିଲିଟି) ଭାବରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ, ସେ ଜେଏସପିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ - ଗ୍ରୁପ୍ ହେଡ୍ (ର ମ୍ୟାଟେରିଆଲ ସୋର୍ସିଂ) ଏବଂ ଓଡିଶା ଆଫେୟାରର ମୁଖ୍ୟ ଭାବରେ ସଫଳତାର ସହ ନେତୃତ୍ବ ନେଇଥିଲେ ଢ ଜେଏସପିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ - ଗ୍ଲୋବାଲ୍ ଭେଞ୍ଚର୍ସ ଭାବରେ ଶ୍ରୀ ମନୀଷ ଖରବନ୍ଦା ଜେଏସପିଏଲର ସମସ୍ତ ବୈଦେଶିକ ବ୍ୟବସାୟର ପରିଚାଳନା ଓ ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ କରିଛନ୍ତି । ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଆଡଭାନ୍ସ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିବା ସହିତ, ମନୀଷ ସୁପ୍ରସିଦ୍ଧ ପରିଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଇକଫାଇରୁ ଅର୍ଥ ଓ ମାନବ ସମ୍ବଳରେ ଏମବିଏ ଡିଗ୍ରୀ ସମ୍ପୂର୍ଣ କରିଛନ୍ତି ଢ ଏହା ସହିତ ସେ ଆଡଭାନ୍ସ ଡିପ୍ଲୋମା ଇନ୍ ଫାଇନାନ୍ସ (ସିଏଫଏ ଚାର୍ଟର୍) ଏବଂ ଲକ୍ଷ୍ନୋ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତ୍ତକ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ଢ ନିଜର ବ୍ୟବସାୟିକ ଜ୍ଞାନ, ଜ୍ଞାନ ଓ ବଳିଷ୍ଠ ନେତୃତ୍ବ ପାଇଁ ତାଙ୍କ କ୍ୟାରିଅରରେ ଦ୍ରୁତ ଅଭିବୃଦ୍ଧି ହୋଇପାରିଛି । ଶ୍ରୀ ଶ୍ରୀଧର ପାତ୍ର ତାଙ୍କର "ସରଳ ଜୀବନଯାପନ-ଉଚ୍ଚ ଚିନ୍ତାଧାରା" ପାଇଁ ଜଣାଶୁଣା ଢ ଏକ ପରିଣାମ-ସଞ୍ଚାଳିତ ଟିମ ଅନୁରାଗୀ ବ୍ୟବସାୟିକ ନେତାର ଟ୍ୟାଗ୍ ଅର୍ଜନ କରିବା ସହିତ ସେ ନିଜ ପାଇଁ ଜାଗା ବନାଇ ପାରିଛନ୍ତି ଢ ନାଲକୋର ସିଏମଡି ଭାବରେ ଦାୟିତ୍ବ ନେବା ପୂର୍ବରୁ ଶ୍ରୀ ପାତ୍ର ନାଲକୋର ଫାଇନାନ୍ସ ନିର୍ଦ୍ଦେଶକ ଥିଲେ। ପିଏସୟୁ ର ଫାଇନାନ୍ସ ଏବଂ ଆକାଉଣ୍ଟ୍ ପରିଚାଳନା କ୍ଷେତ୍ରରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ଅଛି ଢ କର୍ପୋରେଟ୍ ଆକାଉଣ୍ଟ, ବଜେଟ୍ ନିୟନ୍ତ୍ରଣ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ପରିଚାଳନା, ଆର୍ଥିକ ଏବଂ ବ୍ୟବସାୟ ଯୋଜନାରେ ତାଙ୍କର ପାରଦର୍ଶିତା ରହିଛି ଢ ନିଜ ତୀକ୍ଷ୍ଣ ବ୍ୟବସାୟିକ ଦୁରଦୃଷ୍ଟି ପାଇଁ ସେ ମଧ୍ୟ ସୁପରିଚିତ