ଆଇଟି ଓ ଇଲୋଟ୍ରୋନିକ୍ସ କ୍ଷେତ୍ରରେ ୩୯୦୦ କୋଟି

Nov 14, 2018 - 19:58
 195
ଆଇଟି ଓ ଇଲୋଟ୍ରୋନିକ୍ସ କ୍ଷେତ୍ରରେ ୩୯୦୦ କୋଟି
ଭୁବନେଶ୍ୱର,୧୪/୧୧ (ସକାଳଖବର): ଓଡ଼ିଶାରେ ଆଇଟି ଓ ଇଲୋଟ୍ରୋନିକ୍ସ କ୍ଷେତ୍ରର ବିକାଶ ପାଇଁ ୩ ହଜାର ୯୦୦ କୋଟିର ପ୍ରତିଶ୍ରୁତି ମିଳିଛି। ରିଲାଏନ୍ସ ୩ ହଜାର କୋଟି ପୁଞ୍ଜିନିବେଶ କରିବା ସହ ରଶ୍ମି ଏଣ୍ଟର ପ୍ରାଇଜେସ୍ ୫୦୦ କୋଟି ଓ ସାକ୍ ରୋବୋଟିକ୍ ୩୦୦ କୋଟି, ସିଟେଲ୍ ଇନଫ୍ରାଷ୍ଟ୍ରକଚର ୬୫କୋଟି , ମିଟେସ୍ ଟେକ୍ନୋଲୋଜି ୩୩ କୋଟି, ସିରମା ଟେକ୍ନୋଲୋଜି ୨୦କୋଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ଦେଇଥିବା ଆଇଟି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାୟଗଡାରେ ଥିବା ମିଟିସ୍ ମେଗା ଫୁଡ୍ ପାର୍କ ପରିସରରେ ଜୁସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ସୋଲୋକମ୍ବା ୟୋଭେଞ୍ଚର୍ସ ସହିତ ମିଟିସ୍ର ଚୁକ୍ତିନାମା ହୋଇଛି। ଏଥିରେ ୧୫କୋଟି ଟଙ୍କାର ପୁଞ୍ଜିନିବେଶ ହେବ। କେଣ୍ଟଲେ କମ୍ପାନି ସହ ମିଟିସ୍ ମେଗା ଫୁଡ୍ର ମକା ପ୍ରସେସିଙ୍ଗ ପ୍ଲାଣ୍ଟର ଚୁକ୍ତି ହୋଇଛି। ଏଥିରେ ୧୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ। ଉଭୟ କରଖାନାରେ ୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ।