ମିଲାନରେ ହୋଣ୍ଡାର ନୂତନ ଗାଡ଼ି ପ୍ରଦର୍ଶନ
ମିଲାନ (ଇଟାଲୀ): ୧୪/୧୧: ମିଲାନଠାରେ ଅନୁଷ୍ଠିତ ଇଆଇସିଏମଏ ପ୍ରଦର୍ଶନୀରେ ହୋଣ୍ଡା ପୂର୍ଣ୍ଣାଙ୍ଗ ୨୦୧୯ ୟୁରୋପୀୟ ମୋଟର ସାଇକେଲ ପ୍ରଦର୍ଶନ କରିଛି । ଏଥିରେ ୩ଟି ବ୍ୟାପକ ଉନ୍ନୀତକରଣ ମଡେ଼ଲ ଓ ୨ଟି ନୂଆ ମଡେ଼ଲ ସ୍ଥାନିତ ହୋଇଛି ।
ସିବି୧୦୦୦ଆର, ସିବି୩୦୦ଆର, ସିବି୧୨୫ଆର ମଡେ଼ଲ ୨୦୧୮ ମସିହାରେ ପ୍ରଚଳନ ପରେ ହୋଣ୍ଡା ‘ନିଓ ସ୍ପୋର୍ଟସ୍ କାଫେ’ ପରିବାରର ସିବି୬୫୦ଆର, ବଜାରକୁ ଆଣିଛି । ଏହି ଗାଡ଼ି ଦେଖିବାକୁ ବେଶ ଆକର୍ଷଣୀୟ ହେବା ସହ ଏହାର ଦକ୍ଷତା ମଧ୍ୟ ଉତ୍ତମ ରହିଛି । ଅନ୍ୟ ନୂତନ ମେଡ଼ଲଟି ହେଲା ସିବିଆର୬୫୦ଆର । ଏଥିରେ ନାରୋ ଡ଼ୁଆଲ ଏଲଇଡ଼ି ହେଡ଼ଲାଇଟ ରହିଛି । ସଂପ୍ରସାରିତ ସାଇଡ଼ ଫେୟାରିଂ ରହିଛି । ଏହାର ଓଜନ ସିବିଆର୬୫୦ଏଫ ଠାରୁ ୬ କିଲୋଗ୍ରାମ କମ୍ । ଏହାର କାର୍ଯ୍ୟଦକ୍ଷତା ବେଶ ଉତ୍ତମ ରହିଛି ।ସିବିଆର୬୫୦ଆର ଓ ସିବି୬୫୦ଆରର ଇଞ୍ଜିନ ପରିବର୍ତ୍ତନ ଦକ୍ଷତା ୩୫ କିଲୋୱାଟ ରହିଛି । ୩ଟି ୫୦୦ସିସି ଇଞ୍ଜିନରେ ଉନ୍ନତୀକରଣ ଅଣାଯାଇଛି । ୨୦୧୩ ମସିହାରେ ପ୍ରଚଳନ ହେବା ପରେ ୟୁରୋପରେ ୫୦୦ସିସି ଇଞ୍ଜିନ ଗାଡ଼ି ୭୫,୦୦୦ ବିକ୍ରୟ ହୋଇଛି । ୨୦୧୯ ପାଇଁ ସିବି୫୦୦ଏଫ, ସିବିଆର୫୦୦ଆର, ସିବି୫୦୦ଏକ୍ସକୁ ଦକ୍ଷତା ସଂପନ୍ନ କରାଯାଇଛି । ଏହି ୩ଟି ମଡେ଼ଲରେ ପଛ ପାଶ୍ୱର୍ରେ ନୂଆ ସସ୍ପେନସନ, ସ୍ଲିପର କ୍ଲଚ, ଆଧୁନିକ ଏଲସିଡ଼ି ଆଦି ରହିଛି । ଛି । ୨୦୨୨ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟର ରାଜଧାନୀ ସହରରେ ହୋଟେଲ ପ୍ରତିଷ୍ଠା କରି କଂପାନୀ ନିଜ ଉପସ୍ଥିତି ଜାହିର କରିବାକୁ ଲକ୍ଷ୍ୟ ରଖିଛି ।