ଅଷ୍ଟ୍ରେଲିଆ ବ୍ୟାଙ୍କ ସହ ଆଇସିଆଇସିଆଇର ବୁଝାମଣା

Jul 9, 2018 - 13:48
 165
ମୁମ୍ବାଇ,୯/୭: ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଙ୍କୁ ସଂପୂର୍ଣ୍ଣ ଅନ୍ଲାଇନ ଆର୍ଥିକ କାରବାର ସୁବିଧା ପ୍ରଦାନ ଉଦେ୍ଧଶ୍ୟରେ ଭାରତୀର ସର୍ବବୃହତ୍ତ ଘରୋଇ ଉଦ୍ୟୋଗ ବ୍ୟାଙ୍କ ଆଇସିଆଇସିଆଇ ଅଷ୍ଟ୍ରେଲିଆର ୱେଷ୍ଟପ୍ୟାକ୍ ବ୍ୟାଙ୍କିଙ୍ଗ କର୍ପୋରେସନ ସହ ବୁଝାମଣା କରିଛି । ଏହି ପରିଦେୟ କାର୍ଯ୍ୟ ବ୍ୟାଙ୍କର ମନି୨ୱାଲଡର଼୍ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ଭାରତରେ ଯେକøଣସି ବ୍ୟାଙ୍କର ଗ୍ରାହକ ଏକ ଧାର୍ଯ୍ୟ ବିନିମୟ ମୂଲ୍ୟରେ ଯେକøଣସି ସ୍ଥାନରୁ ଯେକøଣସି ସମୟରେ ଅତି ସୁବିଧାରେ ଅଷ୍ଟ୍ରେଲୀୟ ଶିକ୍ଷାନୁଷ୍ଠାନର ଦେୟ ପ୍ରଦାନ କରିପାରିବେ । ପ୍ରଥମ ଦଫାରେ ଆଇସିଆଇସିଆଇ ବ୍ୟାଙ୍କ ଓ ୱେଷ୍ଟପ୍ୟାକ୍ ବ୍ୟାଙ୍କିଙ୍ଗ କର୍ପୋରେସନ ଏଥିପାଇଁ ଲା ଟ୍ରୋବ୍ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କରିଛନ୍ତି । ଏହା ଅଷ୍ଟ୍ରେଲିଆର ଏକ ଅଗ୍ରଣୀ ବ୍ୟାଙ୍କ । ଏହାପରକୁ ବ୍ୟାଙ୍କ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ବୁଝାମଣା କରାଯିବ । ପିଲାମାନଙ୍କ କାରବାର ପାଇଁ ମନି୨ୱାଲଡର଼୍ ପ୍ଲାଟଫର୍ମକୁ ୱେଷ୍ଟବ୍ୟାଙ୍କର ପେମେଣ୍ଟପ୍ଲସ୍ ସହ ସଂଯୋଜିତ କରାଯାଇଛି । ଏହାଦ୍ୱାରା ପିଲାମାନେ ଅତ୍ୟଧିକ କାଗଜପତ୍ର କାରକାରକୁ ମୁକ୍ତି ପାଇବା ସହ ଏହି କାରବାର କାଗଜବିହୀନ ହୋଇପାରିବ । ଏହାଫଳରେ ବାରମ୍ବାର ବ୍ୟାଙ୍କ ଶାଖାକୁ ଦୌଡ଼ିବାକୁ ପଡ଼ିବ ନାର୍ହି । ଦେୟ ପ୍ରଦାନ ସମୟସୀମାକୁ ଏହି ବ୍ୟବସ୍ଥାରେ ହ୍ରାସ ମଧ୍ୟ କରାଯାିପାରିବ । ଆଇସିଆଇସିଆଇ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ବିଜୟ ଚଣ୍ଡୋକ ଏହି ଅବସରରେ କହିଛନ୍ତି ଯେ, ଦେଶର ପ୍ରଥମ ବ୍ୟାଙ୍କ ଭାବେ ଗ୍ରାହକଙ୍କୁ ଏହି ସୁବିଧା ଯୋଗଇ ଦେଇଛୁ । ଦେଶ ବାହାରେ ଭାରତର ଯେତେ ଅର୍ଥ ପରିଦେୟ ହେଉଛି ସେଥିମଧ୍ୟରେ ଶିକ୍ଷା କ୍ଷେତ୍ରର ଅଂଶ ହେଉଛି ଏକ ତୃତୀୟାଂଶ ଏବଂ ସବୁଠାରୁ ଅଧିକ ଅର୍ଥ ଅଷ୍ଟ୍ରେଲିଆରେ ବ୍ୟୟ ହେଉଛି ବୋଲି ସେ କହିଥିଲେ । ୱେଷ୍ଟପ୍ୟାକ୍ ଆନ୍ତର୍ଜାତିକ କାରବାର ସେବାର ଜେନେରାଲ ମ୍ୟାନେଜର ଡ଼ି ଚାଲେନର କହିଛନ୍ତି ଯେ, ଅଷ୍ଟ୍ରେଲିଆର ଅର୍ଥନୀତି ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ବୁଝାମଣା ଦ୍ୱାରା ଶିକ୍ଷାନୁଷ୍ଠାନକୁ ଆମେ ସରଳ ଓ ସୁବିଧା ମାର୍ଗ ପ୍ରଦାନ କରିବାକୁ ଉଦ୍ୟମ କରିଛୁ ।