୧୯ଟି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି

Sep 26, 2018 - 17:15
 134
ଭୁବନେଶ୍ୱର,୨୬/୯ (ସକାଳଖବର): ଅନାବଶ୍ୟକ ସାମଗ୍ରୀର ଆମଦାନୀ କମାଇବାକୁ ସୀମାଶୁଳ୍କ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ଏହି ଶୁଳ୍କ ବୃଦ୍ଧି କରିଛନ୍ତି । ସେଥିମଧ୍ୟରେ ରେଫ୍ରିଜେରେଟର, ଆଭିଏସନ ଟର୍ବାଇନ ଫୁଏଲ, ୱାସିଂ ମେସିନ, ଜୋତା, ଟିଭି, ପ୍ଲାଷ୍ଟିକଜାତ ସାମଗ୍ରୀ, ମୂଲ୍ୟବାନ ଧାତବ ଅଳଙ୍କାର, କାର, ଟାୟାର, ଏୟାର କଣ୍ଡିସର, ସୁଟକେଶ, ଟ୍ରାଭେଲ ବ୍ୟାଗ ଇତ୍ୟାଦି । ଏହି ବର୍ଦ୍ଧିତ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ । ଏହାଦ୍ୱାରା ବିମାନ ଯାତ୍ରା ମହଙ୍ଗା ହେବ ।