ଏଣିକି ଜେଇଇ (ମେନ୍) ଓ ନିଟ୍ ବର୍ଷକୁ ୨ ଥର

Jul 7, 2018 - 15:08
 157
ନୂଆଦିଲ୍ଲୀ:୭/୭: ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଜେଇଇ (ମେନ୍) ଓ ଡ଼ାକ୍ତରୀ ଶିକ୍ଷା ପାଇଁ ନିଟ୍ ଏଣିକି ବର୍ଷକୁ ୨ ଥର ଅନୁଷ୍ଠିତ ହେବ । ନୂତନ ଭାବେ ଗଠନ ହୋଇଥିବା ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ପକ୍ଷରୁ ଆସନ୍ତା ଶିକ୍ଷାବର୍ଷରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଅଦ୍ୟାବଧି ଜେଇଇ (ମେନ୍) ଓ ନିଟ୍ ପ୍ରବେଶିକା ପରୀକ୍ଷା ପରିଚାଳନା ସିବିଏସ୍ଇ ଉପରେ ନ୍ୟସ୍ତ ଥିଲା । ଏନଟିଏ ଚଳିତ ବର୍ଷରୁ କାର୍ଯ୍ୟରାମ୍ଭ କରି ଆସନ୍ତା ଡ଼ିସେମ୍ବର ମାସରେ ନେଟ୍-ୟୁଜିସି ପରୀକ୍ଷା ଆୟୋଜନ କରିବ ।