ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ

Nov 30, 2022 - 10:15
 49
ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର ଜେଏମଏଫସି-୩ରେ ଜାମିନ୍‌ ଆବେଦନ ଖାରଜ ହୋଇଛି । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି ।ପୂର୍ବରୁ ଏହି ମାମଲାକୁ ନେଇ ଇଡି ଅକ୍ଷୟଙ୍କୁ ସମନ କରିଥିଲା । ସମନ କରିବା ପରେ ଦୁଇ ଦୁଇ ଥର ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ ଅକ୍ଷୟ ।ପରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଇଡି ସମନ କରିଥିଲା । ସମନ ପରେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ମୁହାଁମୁହିଁ ଜେରା କରିଥିଲା ଇଡି । ଜେରା ସମୟରେ ଇଡି ଅନେକ ତଥ୍ୟ ପାଇଥିବା ସୂଚନା ମିଳିଛି । ସୂଚନା ଆଧାରରେ ଆଜି ଅର୍ଚ୍ଚନାଙ୍କ ଜାମିନ ଖାରଜ ହୋଇଥିବା ଜଣାପଡ଼ିଛି ।