ଗନ୍ଧମାର୍ଦ୍ଧନ ପର୍ବତରେ ନକ୍ସଲ କ୍ୟାମ୍ପ ଠାବ

Feb 17, 2019 - 19:01
 260
ଗନ୍ଧମାର୍ଦ୍ଧନ ପର୍ବତରେ ନକ୍ସଲ କ୍ୟାମ୍ପ ଠାବ
ବଲାଙ୍ଗିର, ୧୭/୨(ସକାଳଖବର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ନିକଟ ଗନ୍ଧମାର୍ଦ୍ଧନ ପର୍ବତରେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି । ସିଆରପିଏଫ ଯବାନ ମାନେ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ଏହି ମାଓ କ୍ୟାମ୍ପକୁ ଠାବ କରିଥିଲେ । ସେଠାରେ ନକ୍ସଲ ମାନଙ୍କ ଏକ ଉଚ୍ଚସ୍ତରିୟ ବୈଠକ ଚାଲିଥିବା ସମ୍ପର୍କରେ ସୂଚନା ପାଇ ଯବାନମାନେ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ । ଯବାନ ମାନେ ପର୍ବତରେ ଥିବା ଏହି ଗୁମ୍ପା ନିକଟରେ ପହଂଚିବା ବେଳକୁ ନକ୍ସଲ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ନକ୍ସଲଙ୍କ ଡେ଼୍ରସ୍, ମାଓ ପୁସ୍ତକ, ଟିଫିନ୍, ବ୍ୟାଟେରୀ ଆଦି ସାମଗ୍ରୀ ଜବତ ହୋଇଛି । ତେବେ କେତେଦିନ ଧରି ଏହି କ୍ୟାମ୍ପ ଏଠାରେ ଚାଲିଥିଲା, ତାହା ଜଣାପଡିନାହିଁ । ଘଟଣା ପରେ ଯବାନମାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି ।