ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା

Nov 30, 2022 - 10:16
 54
ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା
ଭୁବନେଶ୍ୱର: ଡିସେମ୍ବର ୯ରୁ ଆରମ୍ଭ ହେବ ମୂଲ୍ୟାୟନ। ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ। ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଖାତା ଦେଖା ହେବ । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ଚଳିତଥର ସମ୍ମେଟିଭ-ଓ୍ୱାନ୍ ଓ ସମ୍ମେଟିଭ-ଟୁ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କର ମୂଲ୍ୟାଙ୍କନ କରାଯିବ।