ସ୍ୟାଟ ଭବିଷ୍ୟତ ସଂପର୍କରେ ଡିଓପିଟି କଣ ପଦକ୍ଷେପ ନେଇଛି ଜଣାଅ-ହାଇକୋର୍ଟ

May 7, 2018 - 14:36
 195
ସ୍ୟାଟ ଭବିଷ୍ୟତ ସଂପର୍କରେ ଡିଓପିଟି କଣ ପଦକ୍ଷେପ ନେଇଛି ଜଣାଅ-ହାଇକୋର୍ଟ
କଟକ,୭ା୫(ସକାଳଖବର): ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ଭବିଷ୍ୟତ ସଂପର୍କରେ କେନ୍ଦ୍ର ସରକାରଙ୍କ ପର୍ସୋନାଲ, ପବ୍ଲିକ ଗ୍ରିଭାନ୍ସ ଓ ପେନସନ ମନ୍ତ୍ରଣାଳୟ ଅଧିନରେ ଥିବା ପର୍ସୋନାଲ ଆଣ୍ଡ ଟ୍ରେନିଂ ବିଭାଗ(ଡିଓପିଟି) କଣ ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ଜଣାଇବା ପାଇଁ ହାଇକୋର୍ଟ ଏଏସଜିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ମାମଲାରେ ଆସନ୍ତା ୧୭ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଜଷ୍ଟିସ ଏସ ସି ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬ ମସିହା ଜୁଲାଇ ମାସ ୧୪ତାରିଖରେ ସ୍ୟାଟ ପ୍ରତିଷ୍ଠା ହୋଇଥିଲା । ଭୁବନେଶ୍ୱରର ପ୍ରମୁଖ ବେଞ୍ଚ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ନିୟମିତ ବେଞ୍ଚ ହୋଇଥିଲା । ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବୁ୍ୟନାଲର ସର୍କିଟ ବେଞ୍ଚ ରହିଛି । ୨୦୧୪ ମସିହା ଫେବ୍ରୁଆରି ମାସ ୧୮ତାରିଖରେ ଟ୍ରିବୁ୍ୟନାଲରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସଂପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ପଦ ସହିତ ୬ଟି ସଦସ୍ୟ ପଦ ଖାଲି ପଡିଛି । ମାତ୍ର ୨ଜଣ ସଦସ୍ୟ ରହିଛନ୍ତି । କାର୍ଯ୍ୟକାରୀ ଅଧ୍ୟକ୍ଷ ଅବସର ଗ୍ରହଣ କରିଥିବାବେଳେ ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟଙ୍କୁ ନେଇ ଟ୍ରିବୁନାଲର ବିଚାର ପ୍ରକ୍ରିୟା ଚାଲିଛି । ବି·ରାଧୀନ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସରକାର କିନ୍ତୁ ଟ୍ରିବୁ୍ୟନାଲରେ ଖାଲି ଥିବା ସଦସ୍ୟ ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ୨୦୧୭ ମସିହା ଫେବ୍ରୁଆରି ମାସ ୨୮ ତାରିଖ ସୁଦ୍ଧା ଟ୍ରିବୁ୍ୟନାଲର ବିଭିନ୍ନ ବେଞ୍ଚରେ ମୋଟ ୬୭ ହଜାର ୩୬୯ ମାମଲା ବିଚାରାଧୀନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି ।