ଅମିତାଭ ବଚ୍ଚନ ଆହତ

Mar 6, 2023 - 06:27
 35
ଅମିତାଭ ବଚ୍ଚନ ଆହତ
ମୁମ୍ବାଇ : ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆହତ । ପ୍ରୋଜେକ୍ଟ କେ ଫିଲ୍ମର ଆକ୍ସନ ସୁଟ ସମୟରେ ତାଙ୍କ ମାଂସପେଶୀରେ ଆଘାତ ଲାଗଥିଲା । ଏହାପରେ ତାଙ୍କୁ ହାଇଦ୍ରାବାଦ ର ଘରୋଇ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା । ଡାକ୍ତରୀ ପରାମର୍ଶ ଓ ସିଟି ସ୍କାନ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଏଥିପାଇଁ ଅଧାରୁୁ ସୁଟିଂ ବନ୍ଦ କରି ସେ ବମ୍ବେ ଚାଲିଯାଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ଅତୀତରେ ମଧ୍ୟ ଫିଲ୍ମ ସୁଟିଂ ସମୟରେ ଅମିତାଭ ଗୁରୁତର ଆହତ ହୋଇଛନ୍ତି ।