ମୟୂରଭଞ୍ଜ ସହ ପ୍ରଧାନମନ୍ତ୍ରୀଙ୍କ ସଂପର୍କ, ରାଜନୀତିର ବାସ୍ନା

May 28, 2018 - 15:14
 458
ମୟୂରଭଞ୍ଜ ସହ ପ୍ରଧାନମନ୍ତ୍ରୀଙ୍କ ସଂପର୍କ, ରାଜନୀତିର ବାସ୍ନା
ବାରିପଦା, ୨୮/୫(ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ସହ ସଂପର୍କ ଯୋଡ଼ିଛନ୍ତି । ଉଜଳା ଯୋଜନାରେ ଜିଲ୍ଲାର ହିତାଧିକାରୀ ସୁଚିସ୍ମିତାଙ୍କ ସହ ସେ ନମୋ ଆପ୍ ମାଧ୍ୟମରେ କଥାବାର୍ତ୍ତା କରିବା ସହ ବିଭିନ୍ନ ବିଷୟ ପଚାରି ବୁଝିଥିଲେ । ଏହି ଯୋଜନାରେ ଯଦି କେହି ଲାଞ୍ଚ ମାଗୁଥାନ୍ତି ତାହାଲେ ତୁରନ୍ତ ତାଙ୍କୁ ପତ୍ର ଲେଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଯୋଜନାରେ ସେ ଉପକୃତ ହୋଇଛନ୍ତି । ଗ୍ୟାସ ସଂଯୋଗ ଦ୍ୱାରା ତାଙ୍କୁ ଏବେ ବଳକା ସମୟ ମିଳୁଛି । ଏହି ସମୟ ପରିବାରର ଆର୍ଥିକ ବିକାଶ ଦିଗରେ ଉପଯୋଗ କରିବାକୁ ଚାହୁଁଥିବା ବିଷୟ ସୁଚିସ୍ମିତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାରେ ଏବେ ବିଜେପିର ସ୍ଥିତି ବେଶ ଭଲ ରହିଛି । ଏହି ଜିଲ୍ଲାରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିରାପଦର ସହ ନିର୍ବାଚନ ଲଢ଼ିବା ନେଇ ଦଳ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ସହ ସଂପର୍କ ଯୋଡ଼ିବା ଏହି ଚର୍ଚ୍ଚା ପ୍ରତି ଅଧିକ ଖୋରାକ ଯୋଗାଇଛି ।