ଜେଲ ଗଲେ ମନୀଷ ସିସୋଦିଆ

Mar 6, 2023 - 11:18
 34
ଜେଲ ଗଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ:ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେଇନି ସିବିଆଇ । ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଯିବାରୁ ରାଉଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କୁ ଆସନ୍ତା ୨୦ ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏବେ ସେ ତିହାର ଜେଲରେ ରହିବେ । ଜେଲ ଭିତରେ ତାଙ୍କୁ ଗୀତା ଓ ମେଡିସିନ ବ୍ୟବହାର କରିବାକୁ ଅନୁମତି ମିଳିଛି । ସେହିପରି ସିସୋଦିଆ ମେଡିଟେସନ ସେଲ ପାଇଁ କରିଥିବା ଆବେଦନ ଉପରେ ବିଚାର କରିବାକୁ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଆଜି କଡା ସୁରକ୍ଷା ମଧ୍ୟରେ ସିବିଆଇ ସିସୋଦିଆଙ୍କୁ କୋର୍ଟରେ ହାଜର କରାଇଥିଲା । ସିବିଆଇ ଏହି ସମୟରେ ରିମାଣ୍ଡରେ ନେବାକୁ ଆବେଦନ କରି ନଥିଲା ଓ ଦରକାର ପଡିଲେ ୧୫ ଦିନ ପରେ ରିମାଣ୍ଡରେ ନିଆଯିବ ବୋଲି କହିଥିଲା । ଏକଥା ଶୁଣିବା ପରେ ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲ ନିଜ ରାୟ ଶୁଣାଣିବା ସହ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।