ଅନୁଗୋଳ କଲେଜରେ ଆତ୍ମରକ୍ଷା ଶିବିର

Jan 13, 2019 - 18:02
 187
ଅନୁଗୋଳ,୧୩/୧(ସକାଳଖବର): ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆତ୍ମରକ୍ଷା ଶିବିର ଆଜି ଉଦଘାଟିତ ହୋିଛି । ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର କରଙ୍କ ଅଧ୍ୟକ୍ଷତାରେ ଯୁକ୍ତ ୨, ଯୁକ୍ତ ୩ ଓ ପିଜିର ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରାଯାଇଛି । ପ୍ରଶିକ୍ଷକ ସୁନାଲିକା ପଣ୍ଡ଼ା ଯୋଗଦେଇ ଛାତ୍ରୀମାନେ କିଭଳି ବର୍ତ୍ତମାନ ସମାଜରେ ନିଜକୁ ସୁରକ୍ଷା ଦେଇପାରିବେ ସେ ବିଷୟରେ ପୁଙ୍ଗାନୁପୁଙ୍ଖ ବୁଝାଇ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅଧ୍ୟାପିକା ରିନା ମାରାଣ୍ଡି ପରିଚାଳନା କରିଥିବାବେଳେ ଅଧ୍ୟାପିକା ବନ୍ଦନା ଖାଲକୋ ଓ ସରିତା ପାଣି ସହଯୋଗ କରିଛନ୍ତି । ଏହି ଶିବିର ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ଅଧ୍ୟକ୍ଷ ଶ୍ରୀ କର କହିଛନ୍ତି ।