ଅଗ୍ନିକାଣ୍ଡ ରେ ଜଲିଗଲା ୧୫ ବଖରା

Apr 11, 2019 - 18:51
 142
ଅନୁଗୋଳ,୧୧/୪(ସକାଳଖବର): ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ପ୍ରକାଶ ଯେ ଆଜି ଗାଁ ର ଅଲେଖପୁର ସାହିର ଗଣେଶ୍ଵର ସାହୁଙ୍କ ଘରେ ରାତି ୮ ଟା ବେଲେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ୪ ପରିବାରର ୧୫ ବଖରାରୁ ଉର୍ଦ୍ଧ ଘର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି। ସୂଚନା ଯେ ଏହି ଘରପୋଡ଼ି ରେ ଝିଅ ବାହାଘର ପାଇଁ ରଖାଯାଇଥିବା ସମସ୍ତ ସାମଗ୍ରୀ ପୋଡି ଯାଇଛି। ଯାହାକି ଲକ୍ଷ ଲକ୍ଷ ଟଙ୍କା ହୋଇଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବାବେଳେ ଏହା ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି। ଗାଁ ଲୋକମାନେ ଗରା ବାଲଟି ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ଦମକଳ ବାହିନୀ ପହଞ୍ଚିବା ବେଲକୁ ସବୁ ଜଲିପୋଡି ଛାରଖାର ହୋଇ ସାରିଥିଲା। ଘଟଣା ସ୍ଥଳରେ ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଙ୍କ ସମେତ ସ୍ଥାନୀୟ ଲୋକ ମାନେ ପହଞ୍ଚି ସହାୟତା କରିଥିଲେ। ତେବେ ଅଗନବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି।