ଅଂଶୁଘାତ ଜନିତ ମୃତ୍ୟୁ ସନ୍ଦେହ

Apr 11, 2019 - 18:51
 178
ଅନୁଗୁଳ, ୧୧/୪(ସକାଳଖବର): ଶିଲ୍ପ ରାଜଧାନୀ ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଆଶିତିତ ଭାବେ ବୃଦ୍ଧି ପାଇ ଚାଲିଛି ତାପମାତ୍ରା । ନଅଟା ପରଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ତେବେ ଜଣେ ବ୍ୟକ୍ତି ଏକ ରାଜନୈତିକ ସଭାରୁ ଘରକୁ ଫେରିବା ବେଳେ ହଠାତ ଟଳି ପଡିଥିଲେ। ତାଙ୍କ ପରିବାର ଲୋକ ଆସିବା ପୂର୍ବରୁ ପ୍ରାଣ ବାୟୁ ଚାଲି ଯାଇଥିଲା। ଏହା ଏକ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ଘଟଣାରୁ ପ୍ରକାଶ ଯେ ଅନୁଗୁଳ ବ୍ଲକ ଅନ୍ତର୍ଗତ ହାତୀବାରି ଗାଁ ମୁଣ୍ଡାସାହିର ଗୁରୁବାରିଆ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଏକ ରାଜନୈତିକ ଦଳର ବୈଠକରେ ଯୋଗ ଦେବାପାଇଁ ଯାଇଥିଲେ । ତେବେ ସେଠାରୁ ଚାଲି ଚାଲି ଫେରୁଥିବା ବେଳେ ରାସ୍ତାରେ ଟଳି ପଡ଼ିଥିଲେ । ଖବର ପାଇ ଘରଲୋକ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗୁରୁବାରିଆଙ୍କ ମୃତ୍ୟୁ ହୋଇ ସାରିଥିଲା । ପରେ ଖବର ପାଇ ପୁରୁଣାକୋର୍ଟ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ଗୁରୁବାରିଆଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଆଶଙ୍କା କରା ଯାଉଥିବାବେଳେ ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟର ପ୍ରକୃତ କାରଣ ଜଣା ପଡିବ ।