ଅନୁଗୋଳ ସହରମୁହାଁ ହେଲେ ହାତୀପଲ

Aug 20, 2018 - 17:26
 211
ଅନୁଗୋଳ ସହରମୁହାଁ ହେଲେ ହାତୀପଲ
ଅନୁଗୋଳ ୨୦/୮ (ସକାଳଖବର): ହାତୀ ମଣିଷ ବିବାଦ ଥମିବା ନାଁ ଧରୁନଥିବା ବେଳେ ହାତୀପଲ ଏବେ ସହର ମୁହାଁ ହେଉଥିବା ଜଣାଯାଇଛି । ସୂଚନା ଯେ, ଅନୁଗୋଳ ସହରଠାରୁ ମାତ୍ର ୩/୪ କିଲୋମିଟର ମଧ୍ୟରେ ଥିବା ନୂଆମୌଜା ପଞ୍ଚାୟତର ଶରଧାପୁର ତେଲ ଟାଙ୍କି ନିକଟ ଜଙ୍ଗଲରେ ୭ଟି ହାତୀ ଆସି ପହଞ୍ଚô ଯାଇଛନ୍ତି । ଯାହାକି ହାତୀ ଏବେ ସହର ମୁହାଁ ବୋଲି ଚର୍ଚ୍ଚା ହେଉଛି । ହାତୀପଲ୍ଲକୁ ଦେଖିବା ପାଇଁ ସହରର ଲୋକମାନେ ବେଶ ଭିଡ଼ ଜମାଇଥିଲେ । ଗାଁ ନିକଟ ଆମ୍ବତୋଟାରେ ହାତୀପଲ ଥିବା ନେଇ ଶରଧାପୁର ଓ ନୂଆମୌଜା ଗାଁର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏ ଖବର ପାଇ ବନ କର୍ମଚାରୀମାନେ ପହଞ୍ଚô ହାତୀପଲକୁ ତୀକ୍ଷ୍ମ ନଜର ରଖିଛନ୍ତି । ଯେମିତିକି ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।