କେଜରିୱାଲଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

Apr 9, 2024 - 18:10
 16
କେଜରିୱାଲଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

 ସକାଳ ଖବର: ଇଡି ଗିରଫକୁ ଚ୍ୟାଲେଞ୍ଜ କରି କେଜରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଦିଲ୍ଲୀ ହାଇକୋର୍ଟ କେଜରିୱାଲଙ୍କ ଆବେଦନକୁ ଖାରଜ କରିଛନ୍ତି । ଏହା ସହ କେଜରିୱାଲଙ୍କ ଗିରଫକୁ ଯଥାର୍ଥ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ଗିରଫକୁ ବେଆଇନ କୁହାଯାଇପାରିବନି ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଗିରଫକୁ ଚ୍ୟାଲେଞ୍ଜ କରୁଥିବା କେଜରିୱାଲଙ୍କ ଆବେଦନ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ କହିଛନ୍ତି ଯେ ଆବେଦନ ଜାମିନ ପାଇଁ ନୁହେଁ। ଏହି ରାୟ ପ୍ରଦାନ କରୁଥିବାବେଳେ ଜଷ୍ଟିସ୍ ସ୍ୱରଣ କାନ୍ତ ଶର୍ମା ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିସହିତ ଆମ୍ ଆଦମୀ ପାର୍ଟି  ହାଇକୋର୍ଟଙ୍କ ନିଷ୍ପତ୍ତି ଖୁସି ନଥିବା ଜଣାପଡିଛି। କେଜରିୱାଲ ଆସନ୍ତାକାଲି ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାର ସମ୍ଭାବନା ରହିଛି । କୋର୍ଟ କହିଛନ୍ତି ଯେ ଡକ୍ୟୁମେଣ୍ଟ ଅନୁଯାୟୀ କେଜ୍ରିୱାଲ ଏହି ଷଡଯନ୍ତ୍ରରେ ଜଡିତ ଅଛନ୍ତି। କୋର୍ଟ କହିଛନ୍ତି ଯେ ଇଡି ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି। ଇଡି ଦ୍ୱାରା ସଂଗୃହିତ ସାମଗ୍ରୀ ଦର୍ଶାଉଛି ଯେ ଅରବିନ୍ଦ କେଜରିୱାଲ ଏହି ଷଡଯନ୍ତ୍ର କରିଥିଲେ ଏବଂ ଅପରାଧର ଉପଯୋଗ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ।