୩ରୁ ମାଟ୍ରିକ ଖାତାଦେଖା

Mar 20, 2023 - 06:32
 31
୩ରୁ ମାଟ୍ରିକ ଖାତାଦେଖା
ଭୁବନେଶ୍ୱର: ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ତେବେ ଆସନ୍ତା ଏପ୍ରିଲ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ସେ କହିଛନ୍ତି ଯେ ମାଟ୍ରିକ ପରୀକ୍ଷା ବେଳେ କିଛି ତ୍ରୁଟି ଦେଖାଯାଇଥିଲା । ତେବେ ଏହା ସତ୍ତ୍ୱେ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ ବୋଲି ଶ୍ରୀ ହାଜରା ସୂଚନା ଦେଇଛନ୍ତି ।