ଶେଷ ହେବ ଯୁଦ୍ଧ! ଆଲୋଚନା ପାଇଁ ରାଜି ଜେଲେନସ୍କି, କିନ୍ତୁ…

Mar 28, 2022 - 07:48
 55
ଶେଷ ହେବ ଯୁଦ୍ଧ! ଆଲୋଚନା ପାଇଁ ରାଜି ଜେଲେନସ୍କି, କିନ୍ତୁ…
କିଭ୍‌: ରୁଷ ଓ ୟୁକ୍ରେନ୍‌ ଯୁଦ୍ଧକୁ ଦୀର୍ଘ ଏକ ମାସ ବିତିଗଲାଣି। ତଥା ଥମୁନି ରୁଷର ଆକ୍ରମଣ। ମିସାଇଲ ଓ ରକେଟ୍‌ ମାଡରେ ୟୁକ୍ରେନର ଅନେକ ସହର ଛାରଖାର ହୋଇଗଲାଣି। ଆଜି ବି ୟୁକ୍ରେନର ବିଭିନ୍ନ ସହରରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି। ଏହାରି ଭିତରେ ପୁଣି ଥରେ ରୁଷ ସହ ଶାନ୍ତି ଆଲୋଚନା କରିବାକୁ ରାଜି ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି। ତେବେ ରୁଷ ସହ ଆଲୋଚନା ପାଇଁ ପୁଣି ଏକ କେଁ ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି। ସେ ପୁଟିନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ରୁଷର ଏକ ସାମ୍ବାଦିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ‘ରୁଷ ସହିତ ଶାନ୍ତି ଚୁକ୍ତିର ଏକ ଅଂଶ ଭାବରେ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବାକୁ ୟୁକ୍ରେନ ପ୍ରସ୍ତୁତ ଅଛି। ସେ କହିଛନ୍ତି ଯେ ତୃତୀୟ ପକ୍ଷଙ୍କୁ ଏହା ଉପରେ ନିଶ୍ଚିତ କରିବାକୁ ପଡିବ ଏବଂ ଏଥିପାଇଁ ଏକ ଉପନିର୍ବାଚନ ମଧ୍ୟ କରିବାକୁ ପଡିବ।’