ିଧାୟକଙ୍କ ଜମି ଜାଲିଆତି ସଂପର୍କରେ ଦସ୍ତାବିଜ ଦାଖଲ କର-ହାଇକୋର୍ଟ

May 3, 2018 - 15:34
 204
ିଧାୟକଙ୍କ ଜମି ଜାଲିଆତି ସଂପର୍କରେ ଦସ୍ତାବିଜ ଦାଖଲ କର-ହାଇକୋର୍ଟ
କଟକ,୩ା୫(ସକାଳଖବର): ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବଙ୍କ ଜମି ଜାଲିଆତି ମାମଲାରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ହୋଇଥିବାବେଳେ ଉଭୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା । ୧୬ ଏକର ସିଲିଂ ସରପ୍ଲସ ଜମି ମଧ୍ୟରୁ ୨ଏକର ବିକ୍ରି କରାଯାଇଛି, ଉକ୍ତ ଜମି ଚାଷ ଜମି ନୁହେ ପରନ୍ତୁ ଗୃହ ଉପଯୋଗୀ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା । ତେବେ ଏହି ଯୁକ୍ତି ଉପରେ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇ ସମସ୍ତ ସିଲିଂ ସରପ୍ଲସ ଜମି ବିକ୍ରି କରାଯାଇଛି । ୨୦୦୦ ମସିହାରୁ ୨୦୧୧ ମଧ୍ୟରେ ଏହି ୧୬ ଏକର ଜମି ବିକ୍ରି ହୋଇଛି । କିନ୍ତୁ ଏହି ଜମି ଉପରେ ଓଏଲଆର ମାମଲା ରୁଜୁ ହୋଇଥିଲା ୨୦୧୪ ମସିହାରେ ବୋଲି ସରକାରଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋତି ପ୍ରକାଶ ପାତ୍ର ଯୁକ୍ତିରେ ଦର୍ଶାଇଥିଲେ । ଏହାପୂର୍ବରୁ ରାଜସ୍ୱ ବିଭାଗ ଓଏଲଆର ମାମଲାକୁ ବିଚାର କରି ଅନ୍ତ ଘଟାଇ ଥିବାବେଳେ ଆବେଦନକାରୀ ଜାଣିଶୁଣି ଜମିକୁ ଜାଲିଆତି କରି ବିକ୍ରି କରିଛନ୍ତି ବୋଲି ଦର୍ଶାଯାଇଥିଲା । ତେବେ ଏ ନେଇ କଣକଣ ଦସ୍ତାବିଜ ରହିଛି ସେ ସବୁକୁ ଦାଖଲ କରିବା ପାଇଁ କୋର୍ଟ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତେବେ ଏହି ମାମଲାରେ ଆସନ୍ତା ଜୁଲାଇ ୭ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଦେବଗଡ଼ ଜିଲା ବ୍ୟତୀତ ଅନ୍ୟ ସ୍ଥାନରେ ଏପରି କେତେ ସଂଖ୍ୟାରେ ଜାଲିଆତି ହୋଇଛି ସେ ନେଇ ନିର୍ଦ୍ଧିଷ୍ଟ ଭାବେ ଜଣାଇବା ପାଇଁ କୋର୍ଟ ପୂର୍ବରୁ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଦେବଗଡ଼ରେ ୧୬ଏକର ବେଆଇନ ଭାବେ ବିକ୍ରି କରାଯାଇଥିବାବେଳେ ଅନ୍ୟ ସ୍ଥାନରେ ଜମି ବିକ୍ରି କରାଯାଇଥିବା ଦର୍ଶାଯାଇଥିଲା । ତେବେ କୋର୍ଟ ଏହାକୁ ଶୁଣିବା ପରେ ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସିଲିଂ ସରପ୍ଲସ ଜମି ବିକ୍ରି କରିବା ନେଇ ନିମ୍ନ ଅଦାଲତରେ ଚାଲିଥିବା ମାମଲାର ବିଚାର ପ୍ରକ୍ରିୟାକୁ ରଦ୍ଧ କରିବା ପାଇଁ ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇ ମାମଲା ରୁଜୁ କରିଥିଲେ ।