ସିଏମସି ବର୍ଜ୍ୟବସ୍ତୁ ପରିଚାଳନା ମାମଲାର ଶୁଣାଣି ଘୁଞ୍ଚିଲା

May 3, 2018 - 15:03
 185
ସିଏମସି ବର୍ଜ୍ୟବସ୍ତୁ ପରିଚାଳନା ମାମଲାର ଶୁଣାଣି ଘୁଞ୍ଚିଲା
କଟକ,୩ ।୫(ସକାଳକବର): କଟକ ମହାନଗର ନିଗମ(ସିଏମସି) ବର୍ଜ୍ୟବସ୍ତୁ ପରିଚାଳନା ଟେଣ୍ଡରକୁ ନେଇ ଜାଗୃତି ୱେଲଫେୟାର ଅର୍ଗାନାଇଜେସନ୍ ପକ୍ଷରୁ ରୁଜୁ ମାମଲା ସହ କର୍ପୋରଟର ଗିରିବାଳା ବେହେରାଙ୍କ ଆବେଦନର ଉପରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୭ତାରିଖରେ ହେବ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ ଓ ଡକ୍ଟର ଜଷ୍ଟିସ ବି.ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ତେବେ ଜାଗୃତି ମାମଲାରେ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିଦେ୍ର୍ଧଶନାମା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଦେଶନାମାରେ ସ୍ପଷ୍ଟ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮, ଫେବ୍ରୁଆରି ୧୨ରେ ମାମଲାର ଶୁଣାଣି କରି ହାଇକୋର୍ଟ ସିଏମସି ବର୍ଜ୍ୟବସ୍ତୁ ପରିଚାଳନା ଟେଣ୍ଡର ପ୍ରକ୍ରିୟା ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ ଉପରେ ଅଙ୍କୁଶ ଜାରି କରିଥିଲେ । ଏହି ମାମଲାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ, ସିଏମ୍ସି କମିସନର ଓ ମେଟ୍ରୋ ୱେଷ୍ଟ ହାଣ୍ଡଲିଂ ପ୍ରାଇଭେଟ ଲମିଟେଡ୍କୁ ପକ୍ଷଭୁକ୍ତ କରାଯାଇଛି ।