ଢେଙ୍କାନାଳ ଆରଟିଓଙ୍କୁ ମିଳିଲା ଜାମିନ

Aug 16, 2018 - 15:13
 214
ଢେଙ୍କାନାଳ ଆରଟିଓଙ୍କୁ ମିଳିଲା ଜାମିନ
କଟକ,୧୬ା୮(ସକାଳଖବର): ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ବସନ୍ତ କୁମାର ବେହେରାଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି । ନିମ୍ନ ଅଦାଲତ ସର୍ତ୍ତ ରଖି ଜାମିନ ପ୍ରଦାନ କରିବେ ବୋଲି କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ତେବେ ଅଭିଯୁକ୍ତ ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ଓଡ଼ିଶା ବାହାରକୁ ଯାଇପାରିବେନାହି ବୋଲି କୋର୍ଟ ଦର୍ଶାଇଛନ୍ତି ।