ସୁଷମାଙ୍କୁ ରାଷ୍ଟ୍ର ଦେଲା ଶ୍ରଦ୍ଧାଞ୍ଜଳି

Aug 7, 2019 - 18:36
 115
ନୂଆଦିଲ୍ଲୀ, ୭/୮(ସକାଳଖବର): ମଙ୍ଗଳବାର ରାତ୍ରୀରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାବସାନ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ସେମାନଙ୍କର ଶୋକ ବାର୍ତା ଦେଉଥିବା ବେଳେ ତାଙ୍କର ଅନ୍ତିମ ଦର୍ଶନ କରିବାକୁ ଦିଲ୍ଲୀସ୍ଥିତ ବାସଭବନରେ ବହୁ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗହଳି ଲାଗିଛି । ବୁଧବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁଷମାଙ୍କ ବାସଭବନରେ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସୁଷମାଙ୍କ ଝିଅ ବାଂଶୁରୀ ଓ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲଙ୍କୁ ଭେଟି ସମବେଦନା ଜଣାଇଥିଲେ । ସ୍ୱରାଜ କୌଶଲଙ୍କୁ ଭେଟିବା ବେଳେ ପ୍ରଧାନମନ୍ତ୍ରୀ ଭାବ ବିହ୍ୱଳ ହୋଇଯାଇଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଯାଇ ଥିବା ଦେଖିବାକୁ ମିଳିଥିଲା ।