ମାଲକାନଗିରି ଓ ରାୟଗଡ଼ାରେ ଜିଲ୍ଲାରେ ବର୍ଷା ଯୋଗୁ ସ୍ଥିତି ସଙ୍ଗିନ
ଭୁବନେଶ୍ୱର, ୭/୮(ସକାଳଖବର): ଉତ ରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ•ପ ଧୀରେ ଧୀରେ ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା କାରଣରୁ ଏହାର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଲଗାତାର ବର୍ଷା ଜାରୀ ରହିଛି । ଏହା ଦ୍ୱାରା ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଯାଇଛି । ଏହି କାରଣରୁ ଅନେକ ପୋଲ ଉପରେ ପୋଲ ଉପରେ ପାଣି •ଲୁଥିବାରୁ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ସବୁ ଛୋଟ ବଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରିରୁ ଆନ୍ଧ୍ର, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ପ୍ରବଳ ବର୍ଷା ଦୃଷ୍ଟିରୁ ଆଜି ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ମିଳିଥିବା ସୂଚନା ଅନୁସାରେ କୋରକୋଣ୍ଡା, କାଙ୍କରକୋଣ୍ଡା ଓ ଏମ୍ଭି ୩୭ଠାରେ ପୋଲ ଉପରେ ପାଣି ଚା ଲୁଛି ।ରାସ୍ତା ଉପରେ ପାଣି ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପାଙ୍ଗାମ, ଏମ୍ଭି -୯୦, କନ୍ୟାଶ୍ରମ, ପଟେରୁ ପୋଲ ଉପରେ ପାଣି •ଲୁଛି । ଲୋକମାନେ ଘରୁ ବାହାରି ପାରୁନାହାନ୍ତି ।
ଅନ୍ୟ ପକ୍ଷରେ ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାରେ ମଧ୍ୟ ସ୍ଥି୍ତି ଖରାପ ହୋଇଯାଇଛି । । ମାଳିଶିରିପୁର-ପରିଡିଗୁଡା ରାସ୍ତାରେ ଏକ ପୋଲ ଧୋଇ ହୋଇଯାଇଛି । ଫଳରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣା ପଡିଛି ।
ସେହିପରି କୋଲନରା ବ୍ଳକର ଖମାସିଂରେ ମଧ୍ୟ ରାସ୍ତା ମଧ୍ୟ ଧୋଇ ଯାଇଛି । ଏଥିଯୋଗୁ ବଡଖିଲାପଦର ଓ ଖମାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଧୋଇ ହୋଇଯିବା କାରଣରୁ ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି ।
ପ୍ରବଳ ବର୍ଷା କାରଣରୁ ଯୁଗପଦରରେ ଥିବା ବଡ ନାଳ ପୋଲ ଭାସିଯାଇଛି । ଫଳରେ ଯୁଗପଦର ଓ ମେରିଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ବିଷମକଟକ ବ୍ଳକରେ ପଥରଗଡରେ ଲଗାଣା ବର୍ଷାରେ ଗୋଟିଏ ଘର ଭୁଶୁଡି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଛି ।