ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ
ଭୁବନେଶ୍ୱର,୭/୮(ସକାଳଖବର): ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି । ସ୍ୱରାଷ୍ଟ୍ର ବିଭାର କମିଶନର ତଥା ଅତିରିକ୍ତ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ନିଜ ଦାୟିତ୍ୱ ସହ କେବିକେର ମୁଖ୍ୟ ପ୍ରଶାସକ ସହ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଦେଓରଂଜନ କୁମାର ସିଂଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ବେଳେ ସୁଶୀଲ କୁମାର ଲୁହାନିଙ୍କୁ ବାଣିଜ୍ୟ କମିଶନର ଭାବେ, ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସୁଦର୍ଶନ ପାଲ ଠାକୁର ଗୋପବନ୍ଧୁ ଏକାଡେମୀର ନିଦେ୍ର୍ଧଶକ ଭାବେ ଅବସ୍ଥାପିତ କରାଯାଇଥିଲା ବେଳେ ସି. ଜେ. ବେନୁଗୋପାଲଙ୍କୁ ରାଜସ୍ୱ ପର୍ସଦର ସଦସ୍ୟ, ନିତିନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତି କରଯାଇଛି । ଅରୁଣ ବୋଥ୍ରାଙ୍କୁ ସେସୁର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆର ରଘୁ ପ୍ରସାଦଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କମିଶନର, ରଂଜନା ଚୋପ୍ରାଙ୍କୁ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟା ଲଘୁ ବିଭାଗର କମିଶନର ଏବଂ ବିଶାଲ ଗଗନଙ୍କୁ ଜଳ ସମ୍ପଦର ସଚିବ, ଭାସ୍କର ଜ୍ୟୋତି ଶର୍ମାଙ୍କୁ ସାମାଜିକ ନିରାପତା, ଭିନ୍ନକ୍ଷମ ଶସକ୍ତିକରଣ ବିଭାଗର ସଚିବ, କ୍ରିଷ୍ଣକୁମାରଙ୍କୁ ପୂର୍ତ ବିଭାଗର ସଚିବ, ଅର୍ଚ୍ଚନା ପଟ୍ଟନାୟକଙ୍କୁ ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ, ସଚିନ ରାମଚନ୍ଦ୍ରଙ୍କୁ ଅନୁସୂଚିତ ଜାତିର ନିଦେ୍ର୍ଧଶକ, ମହମ୍ମଦ ସାଦ୍ଧିକ ଆଲମକୁ ସିଏମଜିଆଇର କାର୍ଯ୍ୟକାରୀ ନିଦେ୍ର୍ଧଶକ ଭାବେ ଅବସ୍ଥାପିତ କରାଯାଇଛି । ସୁରେନ୍ଦ୍ର ମୀନାଙ୍କୁ ପୂର୍ତ ବିଭାଗର ଉପସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି ।