ସାତକୋଶିଆରେ ଶିକ୍ଷାନୁଷ୍ଠାନ ବନ୍ଦ, ଗିରଫ ଭୟରେ ଗାଁ ଖାଲି

Sep 19, 2018 - 17:09
 199
ସାତକୋଶିଆରେ ଶିକ୍ଷାନୁଷ୍ଠାନ ବନ୍ଦ, ଗିରଫ ଭୟରେ ଗାଁ ଖାଲି
ଅନୁଗୋଳÿ, ୧୯/୯ (ସକାଳଖବର): ସାତକେ୍ାଶିଆରେ ବାଘୁଣୀ ଆତଙ୍କ । ଛେଳି ଗାଇ ପର୍ଯ୍ୟନ୍ତ ଧାର୍ଯ୍ୟଥିଲା । ହେଲେ ମଣିଷ ମାରିଲା ଆଉ ନୁହେଁ । ଏଭଳି ଏକ ମାନସିକତାରେ ସାତକୋଶିଆ ବନବାସୀ ରହିଥିବା ବେଳେ ସାତକୋଶିଆ ସାରା ଆକ୍ରୋଶର ନିଆଁ ଜଳୁଛି । ବନକର୍ମଚାରୀଙ୍କୁ ପୁଲିସ ସୁରକ୍ଷା ଦେଉଥିବା ବେଳେ ବନବାସୀ ବାଘଣୀଠାରୁ ସୁରକ୍ଷା ଖୋଜୁଛନ୍ତି । ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବାଘୁଣୀ ମାରିଥିବା ନେଇ ଚର୍ଚ୍ଚର ବନବିଭାଗ ପାଲଟା ଜବାବ ଦେଇଛି ହିଂସ୍ରଜନ୍ତୁ ମାରିଛି ଏଥିପାଇଁ ସୁନ୍ଦରୀକୁ ଦାୟୀ କରାନଯାଇପାରେ । ମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବାଘ ଆକ୍ରମଣରେ ମୃତ୍ୟୁ ହେବା ସ୍ପଷ୍ଟ ହେଉନାହିଁ ସେଥିପାଇଁ ବାଘ ସ୍ଥାନାନ୍ତର ହେବା ପ୍ରଶ୍ନ ଉଠୁନାହିଁ । ଯାହା ବନବାସୀଙ୍କ ଆକ୍ରୋଶ ନିଆଁରେ ଘିଅ ଢ଼ାଳିଛି । ଏପଟେ ୫ କୋଟି ଟଙ୍କାର ବୋଟ ସ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଶଂ ପୋଡ଼ିବା ଅଭିଯୋଗରେ ୫୧ ଜଣଙ୍କ ନାମରେ ମାମଲା ହେବା ପରେ ହାତୀବାରୀ ସହ ଅନ୍ୟ ଦୁଇଟି ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି । ଯେ କୌଣସି ମୂହୂର୍ତ୍ତରେ ସେମାନଙ୍କୁ ଗିରଫ କରିବାକୁ ପୁଲିସ ଟାର୍ଗେଟ କରୁଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ବନ୍ଧୁଘରେ ଆଶ୍ରୟ ନେଇଛନ୍ତି । ଏଭଳି ଏକ ବିଚିତ୍ରସ୍ଥିତି ସାତକୋଶିଆରେ ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ପ୍ରଶାସନ ଯୋଜନା କରିଛି । ଆସନ୍ତା ୨୬ ତାରିଖ ଦିନ ଏନେଇ ବନବାସୀଙ୍କ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ‘ସୁନ୍ଦରୀ କାଣ୍ଡ’କୁ ନେଇ ଆଉ ବଡ଼ କଥା ସାମ୍ନାକୁ ଆସିଛି । ଭୟରେ ସାତକୋଶିଆ ଭିତରେ ଥିବା କେତେକ ସ୍କୁଲ ବନ୍ଦ ହୋଇ ଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରୀ ଆକ୍ରମଣ ଭୟରେ କେତେକ ସ୍କୁଲକୁ ପିଲା ଆସୁନଥିବାରୁ କେବଳ ଶିକ୍ଷକ ଆସି ବସି ବସି ଯାଉଛନ୍ତି । ବିପ୍ରଡ଼ିହରେ ଥିବା ଏକ ସ୍କୁଲକୁ ଆନୁଷ୍ଠାନିକ ଭାବେ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି । କେବଳ ଏହି କେତୋଟି ସ୍କୁଲ ନୁହେଁ, ଅନେକ ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛଇ । ସୁନ୍ଦରୀ ପାଇଁ କୌଣସି ସମସ୍ୟା ହେଉନାହିଁ । ସୁନ୍ଦରୀ ମଣିଷ ମାରୁନାହିଁ ଭଳି ବନବିଭାଗ ସହ ସରକାର ବିଶ୍ୱାସ ଜନ୍ମାଇବାକୁ ଚାହୁଁଥିବା ବେଳେ ସୁନ୍ଦରୀ ପାଇଁ ଶିକ୍ଷାଦାନ ପ୍ରଭାବିତ ହେବା ଘଟଣାକୁ ନେଇ ତନାଘନା ହୋଇଛି । ଏ ନେଇ ତଦନ୍ତ ହେବାକୁ ଯାଉଥିବା ଆଠମଲ୍ଲିକ ବ୍ଲକ ଶିକ୍ଷାଧିକାରୀ ସୁରେଶ ଦାସ କହିଛନ୍ତି । ସୂଚନାଯୋଗ୍ୟ ଯେ ସୁନ୍ଦରୀକୁ ନେଇ ସାତକୋଶିଆ ଜଳୁଛି । ଛେଳି, ବାଛୁରୀ ପରେ ମଣିଷ ମାରିବା ଅଭିଯୋଗରେ ବାଘୁଣୀକୁ ପ୍ରବଳ ବିରୋଧ ହୋଇଛି । ଫଳରେ ବନବିଭାଗ ସହ ଜିଲ୍ଲା ପ୍ରଶାସନର ନିଦ ହଜିଛି । ଅନ୍ୟପଟେ ବାଘୁଣୀ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ବନବିଭାଗ ପ୍ରତି ଆକ୍ରୋଶ ଥିବାରୁ ବନବାସୀଙ୍କ ସହ ଆଲୋଚନା ସମ୍ଭବ ହେଉନାହିଁ । ଅନ୍ୟପଟେ ବାଘକୁ ବିରୋଧ ନୁହେଁ ଆମେ ସୁରକ୍ଷା ଚାହୁଁ ବୋଲି ବନବାସୀ କହିଛନ୍ତି । ତେବେ ଜିଲ୍ଲାପାଳଙ୍କ ଆଲୋଚନା ପାଇଁ ଆହ୍ୱାନ କେତେଦୂର ଏହି ସମସ୍ୟାକୁ ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଛି ।