ଇଂରାଜୀ ନୂଆବର୍ଷରେ ପିତୃ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

Jan 2, 2019 - 18:37
 200
ଇଂରାଜୀ ନୂଆବର୍ଷରେ ପିତୃ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
ପୁରୀ, ୧/୧(ସକାଳଖବର): ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରେ ପୁରୀ ଗସ୍ତରେ ଆସି ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ନୂତନ ବର୍ଷ ଉପଲକ୍ଷେ ସେ ରାଜ୍ୟବାସୀଙ୍କ ମଙ୍ଗଳ ମନସି ଥିଲେ । ୨୦୧୯ ନୂତନ ବର୍ଷ ରାଜ୍ୟବାସୀଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ । ରାଜ୍ୟରେ ଶାନ୍ତି, ସୌହାର୍ଦ୍ଧ୍ୟ ଓ ସଦଭାବପୂର୍ଣ୍ଣ ବାତାବରଣ ବଜାୟ ରହୁ ଏହି ଅଭିଳାଷ ମହାବାହୁଙ୍କ ନିକଟରେ ବ୍ୟକ୍ତ କରିଥିଲେ । ପରେ ସ୍ୱର୍ଗଦ୍ୱାର ସ୍ଥିତ ବିଜୁ ସମାଧି ପୀଠକୁ ଯାଇ ସେଠାରେ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ସମାଧିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ପରେ ସେ ଭୁବନେଶ୍ୱର ଫେରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ନୂଆ ବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ମହାମହିମ ରାଜ୍ୟପାଳ ଗଣେଶିଲାଲ୍ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ଫେରିଥିଲେ । ଏହି ଅବସରରେ ସେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିଥିଲେ ।