ସମ୍ବଲପୁର ଓକିଲ ସଂଘର ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର

Feb 10, 2023 - 09:40
 43
ସମ୍ବଲପୁର ଓକିଲ ସଂଘର ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର
କଟକ: ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନରେ ସାମିଲ ହୋଇ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ସମ୍ବଲପୁର ଓକିଲ ସଂଘର ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଜାମିନ ପ୍ରଦାନ କରିଥିଲେ ବି ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ରାଲି ନ କରିବା, ଧାରଣା ନ ଦେବା ସହ ବୟାନବାଜି ନ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ।ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ଗିରଫ ହୋଇଥିଲା ୨୯ ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନରେ ସାମିଲ ହୋଇ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ଆଇନଜୀବୀମାନଙ୍କ ଜାମିନ ଆବେଦନର ଶୁଣାଣି ଗତକାଲି ହାଇକୋର୍ଟରେ ଶେଷ ହୋଇଥିଲା। ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗିରଫ ହୋଇଥିବା ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ସରକାରଙ୍କ ତରଫରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିବା ବେଳେ ଆବେଦନକାରୀଙ୍କ ତରଫରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା।