ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

Aug 26, 2018 - 18:10
 142
ଅନୁଗୋଳ ,୨୬/୮ (ସକାଳଖବର) ସମ୍ବଲପୁର-ତାଳଚେର ରେଳପଥର ହଣ୍ଡପା ଥାନା କଣ୍ଡାଳ ରେବଲ କ୍ରସିଙ୍ଗ ନିକଟରୁ ରବିବାର ଉରୁକୁଳା ଗାଁର ପ୍ରେମ କୁମାର ପ୍ରଧାନଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ଏହା ପାରିବାରିକ କଳହକ କାରଣରୁ ଆତ୍ମହତ୍ୟା କରି ଥାଇପାରେ ବୋଲି ପୋଲିସ ସନେ୍ଦହ କରୁଛି ।ପ୍ରେମକୁମାର ଶନିବାର ଦିନ ତାଙ୍କ ଘରେ କୌଣସି କାରଣକୁ ନେଇ ଝଗଡ଼ା କରି ଘରୁ ପଳାଇ ଆସିଥିଲା । ତେବେ ରବିବାର ସକାଳେ ରେଳ ଧାରଣାରେ ତାଙ୍କ ମୃତ ଦେହ ପଡ଼ିଥିବା ନେଇ କିଛି ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହଣ୍ଡପା ଆଇଆଇସି ଡ଼ାନିଏଲ୍ କେରକେଟା ଘଟଣାସ୍ଥଳରେ ପହଞ୍ଚô ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।