ରିଲି ହତ୍ୟା ଘଟଣା, ୩ ଅଭିଯୁକ୍ତ ଗିରଫ

Sep 28, 2018 - 18:56
 181
ଅନୁଗୋଳ, ୨୮/୯ (ସକାଳଖବର): ହଣ୍ଡପା ଥାନା ଖୋଲରେଗେଡ଼ା ଗ୍ରାମର ରିଲି ପ୍ରଧାନଙ୍କୁ ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତ ମଦନ ପ୍ରଧାନ, ସ୍ତ୍ରୀ ଗୀତାଞ୍ଜଳୀ ପ୍ରଧାନ ଏବଂ ମା ବୁଲା ପ୍ରଧାନଙ୍କୁ ହଣ୍ଡପା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ପୁଲିସ ପକ୍ଷରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଛାନଭିନ୍ ଜାରି ରହିଛି । ପୁଲିସ ସୂତ୍ରରୁ ପ୍ରକାଶ ଗତ ୨୪ ତାରିଖ ସକାଳେ ଖୋଲାରେଗେନା ଗ୍ରାମର ଜମ୍ବେଶ୍ୱର ପ୍ରଧାନଙ୍କ ରିଲି ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ଘରୁ ଟେକି ନେଇ ନିକଟ ଜଙ୍ଗଲରେ ହତ୍ୟା କରି ଫିଙ୍ଗି ଦେଇଥିଲେ । ଏ ସଂପର୍କରେ ଅଭିଯୋଗ ପରେ ପୁଲିସ ଉକ୍ତ ଗ୍ରାମରେ ଚଢ଼ଉକରି ଅଭିଯୁକ୍ତ ମଦନ ଓ ସ୍ତ୍ରୀ ଗୀତାଞ୍ଜଳୀ ଓ ମା ବୁଲାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି ।