ପଞ୍ଚାୟତ ଅଫିସ ଘେରିଲେ ମଦବିରୋଧୀ ମହିଳା

Sep 28, 2018 - 18:55
 217
ଅନୁଗୋଳ, ୨୮/୯ (ସକାଳଖବର): କିଶୋରନଗର ଥାନା ଅନ୍ତର୍ଗତ ଓସକାପାଲି ପଞ୍ଚାୟତର ସମସ୍ତ ଗ୍ରାମର ମହିଳାମାନେ ମଦବିକ୍ରୟକୁ ନେଇ ତୀବ୍ର ବିରୋଧ କରିବା ସହିତ ମଦଭାଟି ବନ୍ଦପାଇଁ ପଞ୍ଚାୟତ ଅଫିସ ଘେରାଉ କରିଥିଲେ ।ପ୍ରାୟ ୧୩ ଖଣ୍ଡ ମୌଜାର ମହିଳା ଏବଂ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ ମାନେ ଂଗତ ୨୫ ତାରିଖରେ ମଦଭାଟିରେ ଗଣ୍ଡଗୋଳ କରିବା ସହିତ ମଦ ପାଉଚ ପୋଡ଼ି ଦେଇଥିଲେ । ତେବେ ଗତକାଲି ପୁନର୍ବାର ମହିଳା ମାନେ ଏକତ୍ରିତ ହୋଇ ଏକ ରାଲିରେ ପରିକ୍ରମା କରି ମଦ୍ୟପାନ ଠାରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସଚେତନ କରିବା ସହିତ ଗ୍ରାମପଞ୍ଚାୟତକୁ ନିଶାମୁକ୍ତ ପଞ୍ଚାୟତ ଭାବରେ ଗଠନ କରିବାକୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରି ଦାବୀ କରିବା ଏବଂ ମଦମୁକ୍ତ ସମାଜ ଗଠନ ପାଇଁ ସଚେତନ କରିବା ନେଇ ମହିଳାମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ମତାମତ ପ୍ରକାଶ ପାଇଛି ।