ରାଜନୈତିକ ଦଳରେ ମିଶିବା ନେଇ ନିଷ୍ପତି ନେଇନି : ବୈଜୟନ୍ତ

Dec 21, 2018 - 18:38
 160
ରାଜନୈତିକ ଦଳରେ ମିଶିବା ନେଇ ନିଷ୍ପତି ନେଇନି : ବୈଜୟନ୍ତ
ଭୁବନେଶ୍ୱର, ୨୧/୧୨(ସକାଳଖବର): ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ବିଜେପିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବେଜୟନ୍ତ ପଣ୍ଡା । କଟକ ଗୋପାଳପୁର ପ୍ରିମିୟର ଲିଗରେ ଯୋଗଦେଇଥିବା ବେଳେ ଏନେଇ ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ ମୋଦିଙ୍କ କାର୍ଯ୍ୟକ୍ରମରେ ସେ ଯୋଗଦେବା ନେଇ କୌଣସି ନିଷ୍ପତି ହୋଇନାହିଁ । ଯାହା ସବୁ ଅ ।ଲୋଚନା ହେଉଛି ତାହା କେବଳ ଚର୍ଚ୍ଚା । ସେ ଆହୁରୀ ମଧ୍ୟ କହିଛନ୍ତି ସେ ନିର୍ବାଚନ ଲଢିବେ ନା ନାହିଁ ସେ ନେଇ କୌଣସି ନିଷ୍ପତି ହୋଇନାହିଁ । ଯଦି ଲୋକେ ·ହିଁବେ ତେବେ ନିଶ୍ଚୟ ର୍ନିବାଚନ ଲଢିବି ବୋଲି ବୈଜୟନ୍ତ କହିଛନ୍ତି ।