ମିଲରଙ୍କ ହାତରେ ରାଜ୍ୟ ସରକାର : ବସନ୍ତ ପଣ୍ଡା

Dec 21, 2018 - 18:33
 176
ମିଲରଙ୍କ ହାତରେ ରାଜ୍ୟ ସରକାର : ବସନ୍ତ ପଣ୍ଡା
ଭୁବନେଶ୍ୱର, ୨୧/୧୨(ସକାଳଖବର): ରାଜ୍ୟ ସରକାର ମିଲର ମାନଙ୍କ ହାତରେ ରହିଛନ୍ତି । ରାଜ୍ୟ ସରକାର ଧାନ କିଣିପାରୁନାହିଁ । ଅନ୍ୟମାନେ ତାର ଫାଇଦା ନେଉଛନ୍ତି । ଦଲାଲ୍ ମାନେ ଏହାର ସୁବିଧା ଉଠାଉଛନ୍ତି । ଚାଷୀ ମାନେ ଶୋଷଣର ଶୀକାର ହେଉଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ ମଣ୍ଡି ଗୁଡିକ ଚାଲୁ ନାହିଁ । ଫଳରେ ଚାଷୀ ମାନେ ଅନ୍ୟ ଉପାୟନପାଇ ବାଧ୍ୟ ହୋଇ ନିଜ ଧାନକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସରକରଙ୍କୁ ଏହାର ଉତର ଦେବାକୁ ପଡିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ବିଜେପି ଦଳର ଯିଏ ଯୋଗଦେବାକୁ ଚାହିଁବେ ତାଙ୍କୁ ସ୍ୱାଗତ କରାଯିବ । ୨୪ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ;ରେ ଆସିବେ । ଏହି ସମୟରେ କୌଣସି ମିଶ୍ରଣ ପର୍ବ ହେବା ନାହିଁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବା ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପଣ୍ଡା ଏହା କହିଛନ୍ତି । ଏହି ଗସ୍ତ ପରେ ଜାନୁଅ ।ରୀ ମାସରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଗସ୍ତରେ ଅ ।ସିବେ ।େ ସ ଜାନୁଅ ।ରୀ ୫ ଓ ୧୬ ତାରିଖରେ ଓଡ଼ିଶା ଗସ୍ତରେ ଅ ।ସିପାରନ୍ତି । ଜାନୁଅ ।ରୀ ୫ରେ ଅ ।ସିଲେ ସେ ବାରିପଦା ଯିବେ ଏବଂ ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇପାରନ୍ତି ବୋଲି ଜଣାପଡିଛି ।