ମୟୂରଭଞ୍ଜ ଜିଲ୍ଲାରେ ବଦଳିବ ରାଜନୈତିକ ସମୀକରଣ

Mar 27, 2019 - 05:52
 188
ବାରିପଦା,୨୭/୩(ସକାଳଖବର): ବିଜଦ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ସ‘ଳ କୂଟନୈତିକ ଚାଲର ସମ୍ମୁଖୀନ ହୋଇନପାରି ଭାଜପା ଚିତ୍ପଟାଙ୍ଗ ମାରିଥିବା ବିଷୟକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ସମୟରେ ବିଜେପି ହାତରୁ ମୟୂରଭଞ୍ଜ ଜିଲ୍ଲାପରିଷଦ ଓ ବାରିପଦା ଆର୍ବାନ ବ୍ୟାଙ୍କ ପରିଚାଳନା ପରିଷଦ ସହ କେତେକ ବ୍ଲକକୁ ବିଜେଡ଼ି ଛଡ଼ାଇ ନେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ଏଥି ସହ ମୟୂରଭଞ୍ଜରେ ୨୦୧୪ ନିର୍ବାଚନର ‘ଳା‘ଳର ପୁନରାବୃତ୍ତି ଘଟିବାକୁ ଯାଉଛି ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ମାର୍ଚ୍ଚ ୨୫ ସୋମବାର ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱ ସହ ସ୍ୱଚ୍ଛ ନିର୍ମଳ ଶାସନ ବ୍ୟବସ୍ଥ , ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ଲୋକାଭିମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଅକୃଷ୍ଟ ହୋଇ ବିଜୁ ଜନତା ଦଳରେ ବିଜେପିର ରାଜ୍ୟ ସଭାପତି ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରାକ କିଶୋର ଦାସ ବିଜେପିରୁ ଇସ୍ତ‘ା ଦେବା ପରେ ଆନୁଷ୍ଠାନିକ ଭାବେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରୁ ଅନେକ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ପ୍ରମୁଖଙ୍କ ସହ ପ୍ରାୟ ୨ ହଜାରରୁ ଅଧିକ ସମର୍ଥକ ଓ କର୍ମୀମାନଙ୍କୁ ଧରି ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡ଼ିର ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ଅବସରରେ ସମସ୍ତେ ବିଜେଡ଼ି ପ୍ରତି ଆସ୍ଥା ପ୍ରକଟ ପୂର୍ବକ ବିଜେପି ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଥିବାରୁ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏଥି ସହ ଏହା ବିଜେଡ଼ିର ଶକ୍ତିକୁ ଅଧିକ ମଜବୁତ କରାଇବାରେ ସହାୟକ ହେବ ବୋଲି କହିଥିଲେ । ସେହିପରି ବିଜେପିର ରାଜ୍ୟ ଉପସଭାପତି ପଦବୀକୁ ତ୍ୟାଗ କରି ବିଜେଡ଼ିରେ ଯୋଗ ଦେଇଥିବା ରାଜ କିଶୋର ଦାସ ଗତ କିଛିଦିନ ତଳେ ଭାରତୀୟ ଯାତ୍ରାପାର୍ଟିରେ ଅଭିନୟ କରୁଥିଲେ । ସେଥିରେ ତାଙ୍କୁ ‘ରାମ ରାମ’ କହିବାକୁ କୁହାଯାଉଥିବା ବେଳେ ସେ ‘ମରା ମରା’ ବୋଲି କହୁଥଲେ । ଏବେ ବିଜେଡିରେ ଯୋଗଦେବା ପରେ ‘ରାମ୍-ରାମ୍’ କହିବାକୁ ଚେଷ୍ଟା କରିବେ ବୋଲି କହିଥିଲେ । ସେହିପରି ଓ ପ୍ରଗତି ସମ୍ଭବ ହୋଇପାରିଥିବାର ଦେଖିବାକୁ ପାଇଛୁ । ଓଡ଼ିଶାରେ ବିକାଶ ଓ ଉନ୍ନତି ଯାହା ଆମେ ଦେଖୁଛୁ, ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ହୋଇପାରିଛି । ମହିଳାଙ୍କୁ ସୁରକ୍ଷା ଦେବା ସହିତ ନିଜ ଗୋଡ଼ରେ ଛିଡ଼ା ହେବା ଓ ସଶକ୍ତ କରାଇବା ପାଇଁ ଯଦି କାହାରି ସାମର୍ଥ୍ୟ ରହିଛି , ତାହା କେବଳ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ନିକଟରେ ରହିଛି । ସେଥିପାଇଁ ଚଳିତ ସାଧାରଣ ନିର୍ବାଚନରେ ସ‘ଳତା କାମନା କରି ମୁଖ୍ୟମନ୍ତ୍ରୀଙ୍କ ଚରଣ ସ୍ପର୍ଶ କରୁଛି । ଏଥି ସହିତ ୪୦ବର୍ଷ ଧରି ବିଜେପିର କର୍ମକର୍ତ୍ତା ହିସାବରେ କାମ କରିଆସିଛି । ଦୀର୍ଘ ୨୫ବର୍ଷ ଧରି ତାଙ୍କ ନେତୃତ୍ୱରେ ରାଇରଙ୍ଗପୁର ମୁ୍ୟନିସିପାଲିଟିକୁ କ୍ରମାଗତ ଭାବେ ବିଜେପି ଦଖଲ କରିଆସୁଥିଲା । କିନ୍ତୁ ବର୍ତ୍ତମାନ ଭାଜପାରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଯେପରି ଅତ୍ୟାଚାର ଚାଲିଛି, ସେଥିରେ କେହିବି ଧୈର୍ଯ୍ୟ ରଖିପାରିବେ ନାହିଁ । ଔରଙ୍ଗଜେବ ଯେପରି କ୍ଷମତା ପାଇଁ ନିଜ ପରିବାରଙ୍କୁ ହତ୍ୟା କରିଥିଲା, ସେହିପରି ବିଜେପିର ବରିଷ୍ଠ ନେତାମାନଙ୍କ ରାଜନୈତିକ ଭବିଷ୍ୟତକୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଜନୈକ ନେତା ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ଭାଜପା ଦଳରେ ରାଜକିଶୋର ଦାସଙ୍କୁ ଅପମାନିତ କରାଯିବା ସହ ରାଜନୈତିକ ଜୀବନକୁ ହତ୍ୟା କରିବା ପାଇଁ ଯେତେବେଳେ ଷଡ଼ଯନ୍ତ୍ର ଚାଲିଥିଲା, ସେତେବେଳେ ବିଜୁ ଜନତା ଦଳ ତାଙ୍କୁ ବସୁରକ୍ଷା ଦେଇଛି । ତେଣୁ ଜୀବନ ଥିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ନିକଟରେ ଚିରଋଣୀ ହୋଇ ରହିବେ ବୋଲି ଶ୍ରୀ ଦାସ କହିଥିଲେ । ପୁଣି ବିଜେପିକୁ ସମାଲୋଚନା କରିବାକୁ ଯାଇ ଶ୍ରୀ ଦାସ କହିଥିଲେ, ବିଜେପିର କିଛି ନେତା ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ସେମାନଙ୍କ ଯଦି ସତ୍ସାହସ ରହିଛି, ତେବେ ତାଙ୍କ ସହିତ ମୋରଡ଼ାରେ ନିର୍ବାଚନ ଲଢିବାକୁ ଆହ୍ୱାନ ଦେଇଥିଲେÿ । ୱାର୍ଡମେମ୍ବର ହେବାର ଯୋଗ୍ୟତା ନଥାଇ କିଛି ନେତା ମୁଖ୍ୟମନ୍ତ୍ରୀ ହେବାକୁ ଦିବାସ୍ୱପ୍ନ ଦେଖୁଛନ୍ତି । ମୟୂରଭଞ୍ଜକୁ ନେଇ ଯେଉଁ ଗର୍ବ ବିଜେପିର ନେତାମାନେ କରୁଛନ୍ତି, ସେମାନଙ୍କ ଗର୍ବ ଭାଙ୍ଗି ଚୁର୍ମାର୍ ହୋଇଯିବ ବୋଲି ଶ୍ରୀ ଦାସ କହିଥିଲେ । ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ. ଅରୁଣ କୁମାର ସାହୁ, ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ମିନତୀ ବେହେରା, ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଭାଜପାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାଧାନ୍ୟ ଦଳକୁ ଲାଭ ବଦଳରେ ଅଧିକ କ୍ଷତି ପହଁଞ୍ଚାଇଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରଧାନଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ସମଗ୍ର ଓଡ଼ିଶା ଭାଜପାରେ ଦେଖାଦେଇଛି ବିଦ୍ରୋହ । କେଊଁଠି ଦଳୀୟ ନେତା ଓ ସମର୍ଥକମାନେ ପାର୍ଟି କାର୍ଯ୍ୟାଳୟରେ ତାଲା ପକାଇଲେଣି, ପୁଣି କେଉଁଠି ରାଜ ରାସ୍ତାକୁ ଉହ୍ଲାଇ ଆସି ଶ୍ରୀପ୍ରଧାନଙ୍କ ପୋଷ୍ଟାର ଆଦିରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଦି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲାଣି । ୨୦୧୯ ନିର୍ବାଚନରେ ଦଳୀୟ ଟିକଟ ବଣ୍ଟନକୁ କେନ୍ଦ୍ର କରି ଏହି ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିବାର କୁହାଯାଉଛି । ଠିକ୍ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରଧାନଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି ବିଜେପିର ରାଜ୍ୟ ଉପସଭାପତି ଶ୍ରଦାସ ଗତ ଶନିବାର ଭାଜପାରୁ ଇସ୍ତ‘ା ଦେଇଥିଲେ । ଠିକ୍ ଏହି ସମୟରେ ବିଜଦର ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ସ‘ଳ କୂଟନୀତି ଭାଜପାରୁ ଇସ୍ତ‘ା ଦେଇଥିବା ରାଜ୍ୟ ଉପସଭାପତି ଶ୍ରୀଦାସ ଏବଂ ତାଙ୍କର ମୟୂରଭଞ୍ଜ ଜିଲ୍ଲାରେ ଥିବା ନେଟୱାର୍କକୁ ବିଜଦରେ ସାମିଲ କରାଇବାରେ ସକ୍ଷମ ହୋଇପାରିଛନ୍ତି । ‘ଳରେ ମୟୂରଭଞ୍ଜ ଜିଲ୍ଲାରେ ନୂତନ ରାଜନୈତିକ ସମୀକରଣ ପରିଲକ୍ଷିତ ହୋଇଛି । ଯାହା ୨୦୧୪ରେ ଝାମୁମୋର ରାଜ୍ୟ ସଭାପତି ସୁଦାମ ଓ ତାଙ୍କ ସମର୍ଥକମାନଙ୍କ ମିଶ୍ରଣ ପର୍ବର ପରବର୍ତ୍ତି ପରିସ୍ଥିତିରେ ହୋଇଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନର ‘ଳା‘ଳ ଘୋଷଣା ହେବା ପରେ ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ଅନେକ କିଛି ଉଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି । ଏଥି ସହିତ ଜିଲ୍ଲାରେ ବିଜେପି ପୁଣି ଥରେ ସାଇନ ବୋଡର଼୍ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଇଛି ବୋଲି ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି