୨୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବ ଫରୱାଡର଼୍ ବ୍ଲକ୍

Mar 25, 2019 - 05:54
 169
ଭୁବନେଶ୍ୱର,୨୫/୩(ସକାଳଖବର): ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଲ ଇଣ୍ଡିଆ ଫରୱାଡର଼୍ ବ୍ଲକ୍ ପକ୍ଷରୁ ଓଡ଼ିଶାରେ ୩ଟି ଲୋକସଭା ଆସନ ଏବଂ ୨୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବ ବୋଲି ସମ୍ପୃକ୍ତ ଦଳର ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର ଘୋଷଣା କରିଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କେନ୍ଦୁଝର ଲୋକସଭା ଆସନରୁ ପ୍ରଫୁଲ କୁମାର ନାୟକଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା ବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ସୁରେନ୍ଦ୍ର ବାଲିପୁଟିଆ ଏବଂ ଆସିକାରୁ ରାଜୀବ ଚନ୍ଦ୍ର ଖାଡେ଼ଙ୍ଗାଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି । ସେହିପରି ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥô ହେଲେ ଘଷିପୁରା - ଅଭିଜିତ୍ ମିଶ, ଆନନ୍ଦପୁର - ନରେନ୍ଦ୍ର କୁମାର ଜେନା, ପାଟଣା - ପଦ୍ମିନୀ ଲାଗୁରି, କେନ୍ଦୁଝର - ରଣଜିତ ମୁଣ୍ଡା, ଚମ୍ପୁଆ - ରତିକାନ୍ତ ପରିଡ଼ା, ବାଲେଶ୍ୱର - ସର୍ବେଶ୍ୱର ମିଶ୍ର, ନିମାପଡ଼ା - ବିଜୟଲକ୍ଷ୍ମୀ ସାମନ୍ତରାୟ, ଭୁବନେଶ୍ୱର (ମଧ୍ୟ) - ପ୍ରଦୀପ ଦାସ, ରଣପୁର - ଦେବରାଜ ସାହୁ, ବ୍ରହ୍ମପୁର - ସିଦ୍ଧାର୍ଥ ପାଟ୍ଟଯୋଶୀ, ଚିକିଟି - ବିଭୂରେନ୍ଦ୍ର ପାଢ଼ୀ, ରେମୁଣା - ଅନିରୁଦ୍ଧ ମଲ୍ଲିକ, ମାଲକାନଗରି - ବିକାଶ ମଡ଼ି, କୋରାପୁଟ - ଧର୍ନୁଜୟ ହନ୍ତାଳ, ଚୌଦ୍ୱାର କଟକ - ପ୍ରତିମା ନାୟକ, ବସ୍ତା - ଲକ୍ଷ୍ମୀଧର ଗିରି, ଏକାମ୍ର ଭୁବନେଶ୍ୱର - ନାରାୟଣ ଡାଳୁଆ । ଶ୍ରୀ ମହାପାତ୍ର କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ହେବା ପରେ ଆସନ୍ତା ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବ । ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ମଧ୍ୟ ସେହି ସମୟରେ ପ୍ରକାଶ କରାଯିବ ।